ପ୍ରମୂଖ ଖବର
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ସର୍ବୋଚ୍ଚ ନମ୍ବର ରଖି ଶ୍ରୁତୀ ପାଇଲେ ପ୍ରମିଳା ପଟ୍ଟନାୟକ ସ୍ମୁତି ସମ୍ମାନ

Published By : Suraj Kumar | June 1, 2025 5:36 PM

 ନବରଙ୍ଗପୁର,୧।୬ : ନବରଙ୍ଗପୁର ସହରର ସର୍ବ ପୁରାତନ  ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ମଠ ତଥା ମାତା ମଠ ରେ ଆୟୋଜନ ହୋଇ ଯାଇଛି ସ୍ମୁତି ସମ୍ମାନ କାର୍ଯ୍ୟକ୍ରମ। ସକାଳୁ  ସକାଳୁ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ନାମ ଯଜ୍ଞ ଆରମ୍ଭ ହୋଇଥିଲା। ନାରୀ କବୀ ,ଅଭିନେତ୍ରୀ , କୃଷ୍ଣ ପ୍ରେମୀ   ସ୍ବର୍ଗତ ପ୍ରମିଳା ପଟ୍ଟନାୟକ ସ୍ମୁତି ଉଦ୍ଧେଶ୍ୟରେ ପ୍ରତି ମାସ ପ୍ରଥମ ରବିବାର ରେ ନାମ  ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଥାଏ।  

ଏହି ପରିପ୍ରେକ୍ଷିରେ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନବରଙ୍ଗପୁର ରେ ଶ୍ରୁତୀ ସାହୁ  ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବାରୁ, କୁଞ୍ଜ ବିହାରୀ ମଠ ର ସର୍ବୋଚ୍ଚ ସମ୍ମାନ "ନାରୀ କବୀ ପ୍ରମିଳା ପଟ୍ଟନାୟକ ସ୍ମୁତି ସମ୍ମାନ - ୨୦୨୫"ରେ ସମ୍ମାନିତ କରା ଯାଇଥିଲା। ତାଙ୍କୁ କିଛି ଆର୍ଥିକ ରାଶି ପ୍ରଦାନ ସହ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରା ଯାଇଥିଲା।   ତାଙ୍କର ଏହି ସଫଳତାରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସହିତ ସହର ବାସି ଖୁସି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଏପରି   କାର୍ଯ୍ୟକ୍ରମ ପ୍ରତି ବର୍ଷ ହେଇ ଆସୁଛି ।   ସୁଶ୍ରୀ ଶ୍ରୁତି ସାହୁ ହେଉଛନ୍ତି ଗାଧବା ଗୁଡ଼ା   ମେନ ରୋଡ ନିବାସୀ  ପ୍ରଶାନ୍ତ ସାହୁ ମାତା ଅରୁଣା ସାହୁ ଙ୍କ କନ୍ୟା। ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ୍ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ ରାଧାନାଥ ବେହେରା  ,ବିଶିଷ୍ଟ  ସମାଜସେବୀ ଗୋପବନ୍ଧୁ ବିଷୋୟୀ  ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ମାନପତ୍ର ସହିତ ଉତ୍ତରୀୟ ପ୍ରଦାନ କରିଥିଲେ। 

ଡ ବେହେରା,  ମଠ ର ଇତିହାସ ଏବଂ ମଠ ପ୍ରତି ପ୍ରମିଳା ପଟ୍ଟନାୟକ ଙ୍କ ଅବଦାନ ବିଷୟରେ ତାଙ୍କ ବକ୍ତବ୍ୟ ରେ ରଖିଥିଲେ । ନାଟ୍ୟକାର ଜଗନ୍ନାଥ ବେହେରା ସଂଯୋଜନା କରିଥିଲେ।ଏଥିରେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଭ୍ୟା ଜେମାମଣି ବିଷୋୟୀ, ସଙ୍ଗୀତଜ୍ଞ ଭାନୁ ମହାପାତ୍ର , ତ୍ରିବିକ୍ରମ ନନ୍ଦ,କୃଷ୍ଣ ଦାସ, ବୈଦେହି ପଣ୍ଡା , ପ୍ରବଚକ ଦାଶରଥି ପଟ୍ଟନାୟକ ,  ସମେତ ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.