ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ପଡ଼ାଲଗୁଡ଼ା ଗାଁରେ ଅଭାବନୀୟ ଘଟଣା, ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ଚାଲିଗଲା ଜୀବନ

Published By : Prameya | June 3, 2025 11:51 AM

ନବରଙ୍ଗପୁର ୦୩/୦୬: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଜଣ ଶ୍ରମିକଙ୍କ ଜୀବନ । ମୃତ ଶ୍ରମିକମାନେ ପଡ଼ାଲଗୁଡ଼ା ଗାଁର ଏମ୍.ସନ୍ତୁ(୩୩), ଆମିର ଖରା( ୩୧), ଲାଲୁ ରଣା (୩୨) ଓ ତ୍ରିଲୋଚନ ଭତ୍ରା ( ୩୦)।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଗ୍ନିଶମ କର୍ମଚାରୀ ଏବଂ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୯ଟା ବେଳେ ମୋହନ ନାଗଙ୍କ ନିର୍ମାଣଧିନ ପାଇଖାନା ସଫା କରିବାକୁ ୪ ଶ୍ରମିକ ନିୟୋଜିତ ହୋଇଥିଲେ। ଟାଙ୍କିରେ ସେଟରିଙ୍ଗ ପଡିଥିବା ବେଳେ ଭିତରେ ପାଣି ଜମି ରହିଥିଲା। ଏହି ପାଣି କାଢ଼ିବା ଲାଗି ପ୍ରଥମରେ ୨ ଜଣ ଶ୍ରମିକ ଭିତରକୁ ଯାଇଥିଲେ। ସେମାନେ ନବାହାରିବାରୁ ପରେ ଆଉ ୨ଜଣ ତଳକୁ  ଓହ୍ଲାଇଥିଲେ। ପାଇଖନା ଟାଙ୍କି ଭିତରେ ହଠାତ୍‌ ଶ୍ୱାସରୁଦ୍ଧ ହୋଇଶ୍ରମିକ ଗୁରୁତର ହୋଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ନବାହାରିବାରୁ ଅଗ୍ନିଶମ ବିଭାଗ ଓ ପୁଲିସକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ୪ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।  ୪ ଶ୍ରମିକଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଥିଲେ। ୪ ଜଣ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳ‌ରେ ଶୋକର ଛାୟା ଖେଳିଯାଇଛି।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.