ପ୍ରମୂଖ ଖବର
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ବିହନ କଳାବଜାରୀଙ୍କୁ ଝଟ୍‌କା, ୧୨ ଲକ୍ଷ ଟଙ୍କାର ବିହନ ଜବତ, ୩ ଜଣଙ୍କ ଲାଇସେନ୍ସ ରଦ୍ଧ ପାଇଁ ସୁପାରିଶ...

Published By : Ladu Kishor | June 1, 2025 9:51 PM

ନବରଙ୍ଗପୁର/ଉମରକୋଟ ୧।୬(ଆପ) : ଚନ୍ଦାହାଣ୍ଡି ପରେ ଉମରକୋଟରେ ବିହ‌ନ କଳାବଜାରୀ ରୋକିବା ଲାଗି ବିହନ ବ୍ୟବସାୟୀଙ୍କ ଦୋକାନ ଗୁଡିକ ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶରେ ବିହନ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ଉମରକୋଟର ୧୫ଟି ବିହନ ବ୍ୟବସାୟୀଙ୍କ ଦୋକାନରେ ବିହନ ମାନ ଓ ନଥୁପତ୍ର ଗୁଡିକ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚରେ କାହା ପାଖରେ କେତେ ପରିମାଣର ବିହନ ଗଚ୍ଛିତ ରହିଛି ତାହାର କୌଣସି ରେଡର୍କ ନଥିବା ବେଳେ ଅଧିଗୃହୀତ କଂମ୍ପାନୀ ଗୁଡିକ ମଧ୍ୟ କୌଣସି କାଗଜପତ୍ର ନଥୁବା ଯୋଗୁ ୧୪ଜଣ ବିହନ ବ୍ୟବସାୟୀଙ୍କୁ କାରଣ ଦର୍ଶାଆ ନୋଟିସ୍ ଜାରୀ କରାଯାଇଛି। ସେଥିରୁ ୩ ଜଣ ବ୍ୟବସାୟୀଙ୍କ ଲାଇସେନ୍ସ ନିଲମ୍ବନ କରିବାକୁ କୃଷି ଜିଲ୍ଲା ଅଧିକାରୀ ଉମରକୋଟଙ୍କୁ ସ୍କ୍ବାର୍ଡ ଦଳ ସୁପାରିଶ କରିଛି। 

ସେଭଳି ଢେପଗୁଡା ସ୍ଥିତ ଜଣେ ବିହନ ବ୍ୟବସାୟୀ ରାକେଶ କୁମାର ଅଗ୍ରୱାଲଙ୍କ ବେଆଇନ ଭାବେ ୩ଟି କମ୍ପାନୀ ଶ୍ରୀବ୍ରାଣ୍ଡ, ଆଡଭାଣ୍ଡା, ସିନଜେଣ୍ଡା କମ୍ପାନୀର ୭୬ଟି ବ୍ୟାଗ ଜବତ କରଯାଇଛି । ଏହି ବିହନର ମୂଳଉତ୍ସ ଗୁଡିକର କୌଣସି ପ୍ରମାଣପତ୍ରକୁ ବ୍ୟବସାୟୀ ଦେଖାଇ ପାରିନଥିଲେ । ଗୋଟିଏ ବ୍ୟାଗର ବିହନର ମୂଲ୍ୟ ପ୍ରାୟ ୧୬ ହଜାର ଟଙ୍କାର ମୂଲ୍ୟ ହେବ। ୭୬ଟି ବ୍ୟାଗର ମୂଲ୍ୟ ୧୨ଲକ୍ଷ ୧୬ ହଜାର ଟଙ୍କା ମୂଲ୍ୟର ବିହନକୁ ସ୍ବାର୍ଡ ଦଳ ଜବତ କରିଛି। କୃଷି ବିଭାଗର ପରବର୍ତ୍ତି ନିର୍ଦ୍ଦେଶ ନ ପାଇବା ପର୍ଯ୍ୟନ୍ତ ବିନା ଅନୁମତିରେ କୌଣସି ବିହନକୁ ବିକ୍ରି କରିପାରିବେ ନାହିଁ କିମ୍ବା ସ୍ଥାନାନ୍ତର କରିପାରିବେ ନାହିଁ ବୋଲି ବ୍ୟବସାୟୀ ରାକେଶ କୁମାର ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 ସେଭଳି ଅନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ବିହନ କାରବାର କରିବା ପାଇଁ ସରକାରଙ୍କ ଧାର୍ଯ୍ୟ ନିୟମକୁ ଉଲଂଘନ କଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଏନ୍‌ଫୋର୍ସମେଣ୍ଟ ଟିମ୍‌ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତିନିଧ ପ୍ରଣୟ କୁମାର ମନ୍ତ୍ରୀ, ଅତିରିକ୍ତ ତହସିଲଦାର ନିଳାମ୍ବର ପୁଝାରୀ, ନବରଙ୍ଗପୁର କୃଷି ଜିଲ୍ଲା ଅଧୁକାରୀ ଅନୀଲ କୁମାର ପ୍ରହରାଜ, ଉମରକୋଟ ବିହନ ନିରୀକ୍ଷକ ପ୍ରଶାନ୍ତ କୁମାର ବାଗ ପ୍ରମୁଖ ଚଢାଉରେ ସାମିଲ ଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.