କଟକ ୧୩/୦୪; ବେଆଇନ ନିଶା କାରବାର ରୋକିବାରେ କଟକ ପୋଲିସକୁ ବଡ଼ ସଫଳତା ମିଳିଛି । ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିବା ପରେ ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ ଚଢ଼ାଉ କରି ନିଶା ମାଫିଆ ରାକେଟକୁ ଧରିଛି । ଅଭିଯୁକ୍ତଙ୍କ ଠାରୁ ୨ଶହ କେ.ଜି ଗଞ୍ଜେଇ ଜବତ ହୋଇଛି ।
ସେହିପରି ପୁଲିସର ଚଢାଉ ବେଳେ ଗୋଟିଏ ଇନୋଭା ଓ ଗୋଟିଏ ମାରୁତି କାର୍ ମଧ୍ୟ ଜବତ ହୋଇଛି । ଅଭିଯୁକ୍ତମାନେ ଫୁଲବାଣୀରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଗୋଟିଏ ଗାଡ଼ିରେ ଗଞ୍ଜେଇ ଥିଲା । ଅନ୍ୟ ଗାଡ଼ିଟି ସୁରକ୍ଷା ଦେଉଥିଲା । ଏହି ଘଟଣାରେ ଭୁବନେଶ୍ୱର ସିରିପୁର ଅଞ୍ଚଳର ୨ଜଣକୁ ପୁଲିସ୍ ଗିରଫ କରିଛି । ଅନ୍ୟପଟେ ପୁଲିସ୍ ପିଛା କରୁଥିବା ବେଳେ ନିଶା ମାଫିଆ ଦଳର କିଛି ସଦସ୍ୟ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲେ । ସେମାନଙ୍କୁ ଖୋଜା ଚାଲୁଥିବା ଡିସିପି ଖିଲାରି ଋଷିକେଶ ଡ୍ୟାନଦେଓ ସୂଚନା ଦେଇଛନ୍ତି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ।...