ପ୍ରମୂଖ ଖବର
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇଟି କାର ଜବତ

Published By : Suraj Kumar | June 12, 2025 7:22 PM

କଟକ,୧୨।୬ : ଚୌଦ୍ୱାର ଥାନା ନୂଆପାଟଣା କଫିବାର ଛକ ନିକଟରେ  ପୋଲିସ ଗାଡି ଯାଞ୍ଚ କରି ୨ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ସହ ୨ ଟି କାର ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। 

ନୟାଗଡ଼ ଅଂଚଳରୁ ୫୫ ନମ୍ବର ଜାତୀୟ ରାଜପଥ ଦେଇ କଲିକତାକୁ ଏକ ଇନୋଭା  କାର   ଚାମ୍ବର ମଧ୍ୟରେ  ୫୦ରୁ ଉର୍ଦ୍ଧ୍ବ ପ୍ୟାକେଟ ଗଂଜେଇ ଭର୍ତ୍ତି ହୋଇ ଚାଲାଣ ହେଉଥିବା ନେଇ  ଡିସିପିଙ୍କ ନିର୍ଦେଶ କ୍ରମେ ଚୌଦ୍ୱାର ପୁଲିସର ୩ ଟି ଟିମ ଚୌଦ୍ୱାର ଥାନା ନୂଆପାଟଣା କଫିବାର ଛକରେ ଜଗି ରହିଥିଲେ  l 

 ମଧ୍ୟାହ୍ନ ସମୟରେ  ଏକ ନୀଳ ରଙ୍ଗର କାର ଏସକଟ କରି ଆଗରେ ଆସୁଥିବା ବେଳେ ପଛରେ ଇନୋଭା କାର ଆସୁଥିଲା l ପୁଲିସର ଟିମ ସବୁ ରାସ୍ତାକୁ ସିଲ କରିଦେଇଥିବା ବେଳେ ଦୁଇଟି ଗାଡି ଖସି ଯାଇ ପାରିନଥିଲେ l ପୁଲିସ ଦୁଇଟି ଗାଡିକୁ ଅଟକାଇ ଯାଞ୍ଚ କରିଥିଲା l  କାର ମଧ୍ୟରେ ଥିବା ୪ ଜଣଙ୍କୁ କାବୁ କରିବା ପରେ ଇନୋଭା କାର ଯାଞ୍ଚ କରି ପଛ ଡ଼ିକି ମଧ୍ୟରୁ ଗଂଜେଇ ମିଳିଥିଲା l   ପୁଲିସ ଗଂଜେଇ ସହ ଦୁଇଟି ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.