ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପାକିସ୍ତାନ ଯିବେନି ଶୌର୍ଯ୍ୟ ଚକ୍ର ପ୍ରାପ୍ତ ସହିଦ ଯବାନଙ୍କ ମା’; ସ୍ପଷ୍ଟ କଲା ଜମ୍ମୁକାଶ୍ମୀର ପୋଲିସ

Published By : Tapas Panda | April 29, 2025 11:38 PM

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଶୌର୍ଯ୍ୟ ଚକ୍ର ପ୍ରାପ୍ତ ଯବାନଙ୍କ ମା’ ପାକିସ୍ତାନୀ ନାଗରିକଙ୍କ ସୂଚୀରେ ସାମିଲ ନାହାଁନ୍ତି । ଏନେଇ ଜାମ୍ମୁ କାଶ୍ମୀରର ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ଗୁଜବ ବୋଲି କହିଛି ପୋଲିସ  । ଏନକାଉଣ୍ଟରରେ ସହିଦ ପୋଲିସ ଯବାନ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନିତ ମୁଦାସିର ଅହମଦ ଶେଖଙ୍କ ମାଆ ସମୀମା ଅଖତର ପାକିସ୍ତାନୀ ନାଗରିକ ବୋଲି ଖବର ମିଳିଥିଲା । ତାଙ୍କୁ ପାକିସ୍ତାନ ଫେରାଇ ଦିଆଯିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ବାରାମୁଲ୍ଲା ପୋଲିସ ସ୍ପଷ୍ଟ କରିଛି ଯେ, ସମୀମା ପାକିସ୍ତାନୀ ନାଗରିକ ନୁହଁନ୍ତି । ତାଙ୍କୁ ନେଇ ମିଥ୍ୟା ଏବଂ ବିଭ୍ରାନ୍ତୀକର ଖବର ପ୍ରକାଶ ପାଇଥିଲା ।  

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର । ସବୁ ରାଜ୍ୟ ସରକାରଙ୍କୁ ମଧ୍ୟ ଏହା ଉପରେ କାର୍ଯ୍ୟ କରିବାକୁ କେନ୍ଦ୍ର ସରକାର କହିସାରିଛନ୍ତି । ପାକିସ୍ତାନୀ ନାଗରିକଙ୍କୁ ସ୍ବଦେଶ ଫେରାଇବା ପ୍ରକ୍ରିୟା ଜାରି ରହିଛି । ଜମ୍ମୁକାଶ୍ମୀର ପ୍ରଶାସନ ମଧ୍ୟ ପାକିସ୍ତାନୀ ନାଗରିକଙ୍କ ତାଲିକା ପ୍ରସ୍ତୁତ କରିଛି । ଜମ୍ମୁକାଶ୍ମୀର ଅଧିକାରୀ ରାଜ୍ୟରେ ରହୁଥିବା ୬୦ ପାକିସ୍ତାନୀଙ୍କୁ ଦେଶରୁ ବାହାର କରାଯିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହି ସୂଚୀରେ ୨୦୨୨ରେ ହୋଇଥିବା ଏନକାଉଣ୍ଟରରେ ସହିଦ ପୋଲିସ ଯବାନ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନିତ ମୁଦାସିର ଅହମଦ ଶେଖଙ୍କ ମାଆ ସମୀମାଙ୍କ ନାଁ ଥିବା ଖବର ପ୍ରକାଶ ପାଇଥିଲା ।

 ମୁଦାସିରଙ୍କ ଦାଦା ୟୁନୁସ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମୋ ଭାଉଜ ପାକିସ୍ତାନ କବଜାରେ ଥିବା କାଶ୍ମୀର ବାସିନ୍ଦା । ସେ ଅଞ୍ଚଳ ବି ଆମର ହିଁ । ତେଣୁ ସରକାର ତାଙ୍କୁ ନିର୍ବାସନ ନକରିବା ଦରକାର । ମୁଦାସିରଙ୍କ ବଳିଦାନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପରିବାର ଲୋକଙ୍କୁ ଭେଟିଥିଲେ ।  ଉପରାଜ୍ୟପାଳ ଦୁଇ ଥର ପରିବାରକୁ ଭେଟିଥିଲେ । ୟୁନୁସ କହିଥିଲେ, 'ଭାଉଜ ଯେତେବେଳେ ଏଠାକୁ ଆସିଥିଲେ, ସେତେବେଳେ ତାଙ୍କୁ କେବଳ ୨୦ ବର୍ଷ ହୋଇଥିଲା । ୪୫ ବର୍ଷ ହେଲା ସେ ଭାରତରେ ରହୁଛନ୍ତି । ତାଙ୍କ ପୁଅ ଦେଶ ପାଇଁ ବଳିଦାନ ଦେଇଛି । ତେଣୁ ଏପରି ନକରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମୁଁ ନିବେଦନ କରୁଛି ।' ତେବେ ସମୀମାଙ୍କ ସମେତ ତାଙ୍କ ପରିବାରକୁ ଆଶ୍ବସ୍ତି ମିଳିଛି । ସମୀମା ପାକିସ୍ତାନ ଯିବେ ନାହିଁ ବୋଲି ପୋଲିସ ସ୍ପଷ୍ଟ କରିବା ପରେ ୟୁନୁସ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜମ୍ମୁକାଶ୍ମୀର ପୋଲିସ ଯବାନ ମୁଦାସିର ଅହମଦ ଶେଖ ୨୦୨୨ରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଏକ ଅପରେସନରେ ସାମିଲ ଥିଲେ । ଏନକାଉଣ୍ଟର ବେଳେ ଆତଙ୍କୀଙ୍କ ଗୁଳିରେ ମୁଦାସିରଙ୍କ ମୃତ୍ୟୁ ହୋଇଥିଲା । ମୁଦାସିରଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା । ୨୦୨୩ରେ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ମୁଦାସିରଙ୍କ ମାଆା ସମୀମା ପୁରସ୍କାର ଗ୍ରହଣ କରିଥିଲେ । ବାରମୁଲ୍ଲାରେ ଏକ ଛକ ସହିଦ ମୁଦାସିରଙ୍କ ନାଁ ଅନୁସାରେ ନାମିତ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.