ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

କୁକୁରଜୋରରେ ନିର୍ମାଣ ହେବ ପୋଲ ଓ ଗାର୍ଡଓ୍ବାଲ, ବିଡିଓ ଏବଂ ଯନ୍ତ୍ରୀ କଲେ ଅନୁଧ୍ୟାନ

ଚନ୍ଦାହାଣ୍ଡି ,୨୨।୭ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ମୋହରା ଠାରେ ପ୍ରବାହିତ କୁକୁରଜୋରରେ ପୋଲ  ନ ଥିବାରୁ ବରିଗୁଡା ସୁନି ମୁସଲିମ ସମ୍ପ୍ରଦାୟର ଲୋକେ  ସବିର ଅଲ୍ଲୀ ନାମକ ଜଣେ ବ୍ୟକ୍ତିର କୋକେଇକୁ ଛାତିଏ ପାଣି ଭରା ନଈ ପାର ହୋଇ କବର ଦେଇଥିଲେ। ଏହା  ବିଭିନ୍ନ ଗଣମାଧ୍ୟମରେ   ଖବର ପ୍ରକାଶ ପାଇବା ପରେ  ତତ୍ପର ହୋଇ ଉଠିଛି ପ୍ରଶାସନ l  ଏଠାରେ ତୁରନ୍ତ ଏକ ବଡ଼ ଧରଣର ପୋଲ, ଗାଡ଼ୱାଲ, ଏବଂ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି   ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳଲୋଚନ ମିଶ୍ରଙ୍କୁ ଏହାର ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ   ନିର୍ଦେଶ ଦେଇଛନ୍ତି।  ଜିଲ୍ଲାପାଳ ଏହାର ସବିଶେ ରିପୋର୍ଟ ଦେବା ପାଇଁ  ବିଡିଓ ରାମକୃଷ୍ଣ ନାୟକଙ୍କୁ ନିର୍ଦେଶ ଦେଇଛନ୍ତି।  ଏହା ପରେ  ବିଡିଓ  ଶ୍ରୀ ନାୟକ ସହକାରୀ  ଯନ୍ତ୍ରୀ   ଥୟ ପଟେଲ, କନିଷ୍ଠ ଯନ୍ତ୍ରୀ ରାଜୀବ ଲୋଚନ ଧଳ   ମୋହରା କୁକୁରଜୋରକୁ ଗସ୍ତ କରିଥିଲେ।  l ଅନୁଧ୍ୟାନ କରି . ଜିଲ୍ଲାପାଳ କୁ ସବିଶେଷ ରିପୋର୍ଟ ପ୍ରଦାନ କରିବେ  ବୋଲି କହିଛନ୍ତି। 

ଏହି ରାସ୍ତା ଦେଇ   ଚନ୍ଦାହାଣ୍ଡି ବ୍ଲକ ର ବେହେରାମୁଣ୍ଡା ବବିରିଆ, ସାଲେବିଡି ଲୋକେ ଚନ୍ଦାହାଣ୍ଡି ସଦର କୁ ଆସୁଥିବା ବେଳେ.   ଚନ୍ଦାହାଣ୍ଡିରୁ  ଛତିଶଗଡ଼ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.