ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ରୁଟ୍‌ରେ ପ୍ରଥମ ଥର ମୁତୟନ ହେବେ ପାରାମିଲିଟାରୀ ଫୋର୍ସ , ପହଲଗାମ ଆତଙ୍କୀ ହମଲା ପରେ ଆଲର୍ଟ

Published By : Prameya | April 29, 2025 9:40 PM

ଦେରାଡୁନ୍‌ : ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମଲା ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ସତର୍କତା ଅବଲମ୍ୱନ କରିଛନ୍ତି। ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ଚାରିଧାମ ଯାତ୍ରାରେ ପ୍ରଥମ ଥର ପାରାମିଲିଟାରୀ ଫୋର୍ସ ମୁତୟନ ହୋଇ ପାରନ୍ତି। ଏଥିପାଇଁ ପୁଲିସ ମୁଖ୍ୟାଳୟ ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ପଠାଯାଇଛି। 

ପ୍ରଶାସନର ଅନୁମୋଦନ ପରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ (ଏମଏଚଏ)କୁ ପ୍ରସ୍ତାବ ପଠାଯାଇଛି। କୁହାଯାଉଛି ଯେ , ଗତ ଦିନରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଅତିରିକ୍ତ ସୁରକ୍ଷାକୁ ନଜରରେ ରଖି ଏମିତି କରାଯାଉଛି।

ଗୃହମନ୍ତ୍ରଣାଳୟର ସୂତ୍ରାନୁସାରେ , କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟକୁ ପଠାଯାଇ ଥିବା ପ୍ରସ୍ତାବରେ ପାରାମାଲିଟାରୀର ୧୦ କମ୍ପାନୀର ଡିମାଣ୍ଡ କରାଯାଇଛି। ଏଥିରୁ ୬ଟି କମ୍ପାନୀ ଗଡୱାଲ କ୍ଷେତ୍ର ଓ ୪ଟି କମ୍ପାନୀଙ୍କୁ କୁମାଉଁ କ୍ଷେତ୍ରର ଧାର୍ମିକ ସ୍ଥଳ ଓ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକରେ ମୁତୟନ କରାଯିବ। 

ଉତ୍ତରାଖଣ୍ଡ ଶାସନର ଏହି ପ୍ରସ୍ତାବରେ କେନ୍ଦ୍ର ସରକାର ଶୀଘ୍ର ନିର୍ଣ୍ଣୟ ନେଇପାରେ। କହି ରଖୁଛି କି, ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ଘଟଣା ପରେ ପୂରା ଦେଶରେ ଆଲର୍ଟ କରାଯାଇଛି। ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାରେ ଖାଲି ଦେଶରୁ ନୁହେଁ , ବହୁ ସଂଖ୍ୟାରେ ବିଦେଶରୁ ମଧ୍ୟ ଲୋକେ ଆସୁଛନ୍ତି। 

ରାଜ୍ୟ ସରକାରଙ୍କ ସ୍ତରରେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଏ , କିନ୍ତୁ ଏହି ଥର ଅତିରିକ୍ତ ସତର୍କତା ଅବଲମ୍ୱନ କରାଯାଉଛି। ପହଲଗାମ ଆତଙ୍କୀ ହମଲା ପର ଠାରୁ ହିଁ ଉତ୍ତରାଖଣ୍ଡ ପୁଲିସ ମଧ୍ୟ ଆଲର୍ଟ ମୋଡ୍‌ରେ। ସମ୍ୱେଦନଶୀଳ ଅଞ୍ଚଳରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। 

ଉତ୍ତରାଖମ୍ଡ ପୁଲିସ ମୁଖ୍ୟାଳୟ ପକ୍ଷରୁ ଚାରିଧାମ ଯାତ୍ରା ରୁଟ୍‌କୁ ପ୍ରଥମ ଥର ୧୫ଟି ସୁପର ଜୋନ୍‌ରେ ବଣ୍ଟା ଯାଇଛି। ଏହା ବ୍ୟତୀତ ୪୧ ଜୋନ୍‌ ଓ ୧୩୭ ସେକ୍ଟରରେ ମଧ୍ୟ ବଣ୍ଟା ଯାଇଛି। ଏହାସହ  ପ୍ରତ୍ୟେକ ସେକ୍ଟରରେ ପୁଲିସ ଫୋର୍ସର ମୁତୟନ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.