ବଲାଙ୍ଗୀର, ୧୯/୦୫: ସୋମବାର 'ଅପରେସନ ସିନ୍ଦୂର'ର ସଫଳତା ପାଇଁ ବୀର ଯବାନ ମାନଙ୍କୁ ସମ୍ମାନ ଜଣାଇ ବଲାଙ୍ଗୀର ଜିଲ୍ଲା ଲୋଇସିଂହାଠାରେ ପରାକ୍ରମ ଶୋଭାଯାତ୍ରା ହୋଇଯାଇଛି । ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ।
ଶୋଭାଯାତ୍ରାଟି ଲୋଇସିଂହା ରାମ ମନ୍ଦିର ଠାରୁ ଅଗ୍ରେସେନ ଭବନ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ମାତୃଶକ୍ତି, ବୁଦ୍ଧିଜୀବୀ, ଯୁବବର୍ଗ ପ୍ରମୁଖ ଉପସ୍ଥିତ ରହି ଭାରତୀୟ ସେନାର ଅସୀମ ଶୌର୍ଯ୍ୟ, ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇଥିଲେ ।