ନୂଆଦିଲ୍ଲୀ,୩୦/୦୧: ମଧ୍ୟପ୍ରଦେଶରେ ଅଘଟଣ । ନିର୍ମାଣଧୀନ ଛାତରୁ ଖସିଲା ସ୍ଲାବ । ଫଳରେ ୨ ଶ୍ରମିକ ମୃତ । ଏଥିସହ ୫୦ରୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତେବେ ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାର ସିମରିୟା ଥାନା ଅଞ୍ଚଳରେ ଥିବା ଏକ ସିମେଣ୍ଟ କାରଖାନାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଘଟଣା ସମୟରେ ଶହ ଶହ ଶ୍ରମିକ କାମ କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ତେବେ ସୂଚନା ମୁତାବକ, ପନ୍ନାରେ ଥିବା ଜେକେ ସିମେଣ୍ଟ କାରଖାନାରେ ଗୁରୁବାର ଅର୍ଥାତ ଆଜି ସକାଳେ ଏହି ଘଟଣା ଘିଟିଛି। କାରଖାନାରେ ଛାତ କାମ ଚାଲିଥିବା ବେଳେ ସ୍ଲାବ ପଡ଼ୁଥିଲା। ଯେଉଁଥିରେ ଶହ ଶହ ଶ୍ରମିକ କାମ କରୁଥିଲେ । ହେଲେ ହଠାତ୍ ଯେଉଁଠାରେ ଶ୍ରମିକମାନେ କାମ କରୁଥିଲେ ସେଠାରେ ସ୍ଲାବ ସେମାନଙ୍କ ଉପରେ ପଡିଯାଇଥିଲା । ଫଳରେ ଶ୍ରମିକ ଏହା ତଳେ ଚାପି ହୋଇଯାଇଥିଲେ । କମ୍ପାନୀର ଶୁତ୍ର ଅନୁଯାୟୀ, ଦୁଇରୁ ଅଧିକ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନେକ ଶ୍ରମିକ ଗୁରୁତର ଆହତ ମ୍ଧୟ ହୋଇଛନ୍ତି । ସେପଟେ ଘଟଣାର ଖବର ପାଇ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆହତଙ୍କୁ ନିକଟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ସୁରକ୍ଷା ଦୃଷ୍ଟିରୁ ଫ୍ୟାକ୍ଟ୍ରି ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇନାହିଁ। ପୋଲିସ ଓ ପ୍ରଶାସନର ଟିମ୍ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । ଏଥିସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।