ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ପାକ୍‌ ବାୟୁସୀମା ବନ୍ଦ: ଭାରତକୁ ପ୍ରତି ମାସରେ ୩୦୬ କୋଟିର କ୍ଷତି

Published By : Prameya | May 3, 2025 9:52 AM

ନୂଆଦିଲ୍ଲୀ, ୦୩/୦୫ : ପହଲଗାମ୍‌ ଆକ୍ରମଣ ପରେ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ଜବାବରେ ଭାରତୀୟ ଏୟାରଲାଇନ୍ସଗୁଡି଼କ ଲାଗି ବାୟୁସୀମା ବନ୍ଦ କରିଛି ପାକିସ୍ତାନ । ପଡ଼ୋଶୀ ଦେଶର ଏହି ପଦକ୍ଷେପ ଯୋଗୁ ଭାରତୀୟ ଏୟାରଲାଇନ୍ସଗୁଡି଼କୁ ପ୍ରତି ମାସରେ ପ୍ରାୟ ୩୦୬ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇପାରେ । ଯଦି ବର୍ଷକ ଲାଗି ପାକ୍‌ ବାୟୁସୀମା ବନ୍ଦ ରହେ ତେବେ ଏୟାରଲାଇନ୍ସକୁ ୬୦୦ ନିୟୁତ ଡଲାର ଅର୍ଥାତ୍‌ ପ୍ରାୟ ୫୦୮୧ କୋଟି ଟଙ୍କାର କ୍ଷତି ହେବ ବୋଲି ଏୟାରଇଣ୍ଡିଆ ଆକଳନ କରିଛି । ଏହି ସମସ୍ୟାର ମୁକାବିଲା ଲାଗି ଏୟାରଲାଇନ୍ସ ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି । 

ରିପୋର୍ଟ ଅନୁସାରେ, ପାକ୍‌ ବାୟୁସୀମା ବନ୍ଦ ହେବାର ପ୍ରଭାବ ନେଇ ଏୟାରଲାଇନ୍ସଗୁଡି଼କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ(ଡିଜିସିଏ) କୁ ନିଜର ତଥ୍ୟ ଓ ପରାମର୍ଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ଏୟାରଲାଇନ୍ସଗୁଡ଼ିକ ସହ ଆଲୋଚନା ଲାଗି କିଛି ଦିନ ପୂର୍ବରୁ ମନ୍ତ୍ରଣାଳୟ ବୈଠକ କରିଥିଲା । ପରିସ୍ଥିତିର ମୁକାବିଲା ଲାଗି ପରାମର୍ଶ ମଧ୍ୟ ମାଗିଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ମନ୍ତ୍ରଣାଳୟ ପରିସ୍ଥିତିର ଆକଳନ କରୁଛି । ବୈକଳ୍ପିକ ସମାଧାନ ଲାଗି ଏୟାରଲାଇନ୍ସ ସହିତ କାର୍ଯ୍ୟ ଜାରି ରହିଛି । 

ଇତିମଧ୍ୟରେ ଡିଜିସିଏ ଏୟାର ଇଣ୍ଡିଆକୁ ଆଶ୍ୱସ୍ତି ଦେଇ ନିଜ ପାଇଲଟମାନଙ୍କର ଡ୍ୟୁଟି ସମୟକୁ ବଢ଼ାଇବା ଓ ବିଶ୍ରାମର ନିୟମରେ ପରିବର୍ତ୍ତନ ଲାଗି ଅନୁମତି ଦେଇଛି । ଏହି ନିୟମ ଏପ୍ରିଲ ୩୦ରୁ ୨ ସପ୍ତାହ ଯାଏ ଲାଗୁ ରହିବ । ଏହାଦ୍ୱାରା ଏୟାରଲାଇନ୍ସର ପାଇଲଟ ଓ କ୍ୟାବିନ୍‌ କ୍ରୁ ଟିକେ ଅଧିକ ସମୟ କାମ କରିପାରିବେ । ସେପଟେ ପାକ୍‌ ବାୟୁସୀମା ବନ୍ଦ କରିବାଯୋଗୁ ଉତ୍ତର ଭାରତୀୟ ସହରରୁ ଅନ୍ତର୍ଜାତୀୟ ଉଡ଼ାଣ ଲାଗି ପ୍ରତି ସପ୍ତାହରେ ୭୭ କୋଟି ଅଧିକ ଟଙ୍କା ଖର୍ଚ୍ଚ ହେବାର ଆଶଙ୍କା ରହିଛି । ଫଳରେ ବିମାନଯାତ୍ରାର ଦାମ୍‌ ବଢ଼ିବା ସହିତ ଅନ୍ୟ ପ୍ରସଙ୍ଗକୁ ନେଇ ମନ୍ତ୍ରାଳୟ ଆକଳନ କରୁଛି । ପାକିସ୍ତାନ ଏପ୍ରିଲ ୨୪ ତାରିଖରେ ଭାରତୀୟ ଏୟାରଲାଇନ୍ସଗୁଡି଼କ ଲାଗି ନିଜର ବାୟୁସୀମା ବନ୍ଦ କରିଥିଲା । ଏହାପରେ ଭାରତ ଗତ ୩୦ରେ ପାକିସ୍ତାନୀ ବିମାନଲାଗି ନିଜ ବାୟୁସୀମା ବନ୍ଦ କରିଥିଲା । 

ଏହି ଖବରଟିକୁ ପଢନ୍ତୁ-Pahalgam Attack: ଲଗାତାର ନବମ ଥର LoCରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଘଂନ, ଜବାବ୍ ଦେଲା ଭାରତ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.