ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

କଂଗ୍ରେସ ନେତାଙ୍କ ଟିପ୍ପଣୀକୁ ଖଣ୍ଡନ କଲେ ପହଲଗାମ୍‌ ହମଲା ପୀଡ଼ିତଙ୍କ ପତ୍ନୀ , କହିଲେ - ମୁଁ ଜାଣିଛି ଆତଙ୍କୀମାନେ କଣ କହିଥିଲେ ...

Published By : Prameya | April 29, 2025 8:50 PM

ନୂଆଦିଲ୍ଲୀ : ୨୨ ଅପ୍ରେଲରେ ପହଲଗାମରେ ଆତଙ୍କୀଙ୍କ ହମଲାରେ ମହାରାଷ୍ଟ୍ର କଂଗ୍ରେସର ନେତା ବିଜୟ ବଡେଟ୍ଟିୱାରଙ୍କର ବିବାଦୀୟ ବୟାନ ଏବେ ଚର୍ଚ୍ଚାରେ। ପର୍ଯ୍ୟଟକଙ୍କୁ ହତ୍ୟା କରିବା ପୂର୍ବରୁ ଆତଙ୍କୀମାନେ ତାଙ୍କର ଧର୍ମ ବିଷୟରେ ପଚାରି ଥିବା ପ୍ରଶ୍ନରେ , ସେ ଦେଇଥିଲେ ବିବାଦୀୟ ଟିପ୍ପଣୀ। ହମଲାରେ ମୃତ ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ସନ୍ତୋଷ ଜଗଦାଲେଙ୍କ ପତ୍ନୀ ପ୍ରଗତି ଜଗଦାଲେ , ମଙ୍ଗଳବାର ସଂପୃକ୍ତ ନେତାଙ୍କୁ ଅପିଲ୍‌ କରିଛନ୍ତି ଯେ, ଏହି ଘଟଣାକୁ ରାଜନୀତିକରଣ କରନାହିଁ। 

ପୁନେ ନିବାସୀ ପ୍ରଗତି ଜଗଦାଲେ ସାମ୍ୱାଦିକଙ୍କ ସହ କଥାବାର୍ତ୍ତା ବେଳେ ଏକ ଇମୋସନାଲ ଅପିଲ କରିଛନ୍ତି , କହିଛନ୍ତି , ଦୟାକରି ଏହି ଘଟଣାର ରାଜନୀତିକରଣ କରନ୍ତୁ ନାହିଁ। ଆମର ଭାବନା ସହ ଖେଳନ୍ତୁ ନାହିଁ । ଆମେ ସେଠାରେ ଉପସ୍ଥିତ ଥିଲୁ। ଆମେ ଜାଣିଛୁ ଆତଙ୍କବାଦୀମାନେ କଣ କହିଥିଲେ। ଆମେ ହମଲା ବେଳେ ତାଙ୍କର ବୟାନକୁ ପୂର୍ବରୁ ସେୟାର କରି ସାରିଛୁ। 

ନ୍ୟୁଜ୍‌ ଏଜେନ୍ସି ପିଟିଆଇ ଅନୁସାରେ , ପ୍ରତ୍ୟକ୍ଷଦର୍ଶୀ ତଥା ଘଟଣାରେ ବର୍ତ୍ତି ଯାଇଥିବା ପ୍ରଗତି ଜଗଦାଲେ ଦାବି କରିଛନ୍ତି କି, ଆତଙ୍କବାଦୀ ସ୍ପଷ୍ଟ ରୂପେ ହତ୍ୟା କରିବାର ଉଦ୍ଦେଶ୍ୟରେ ଆସିଥିଲେ ଏବଂ ସେ ନିର୍ମମତା ପୂର୍ବକ ନରସଂହାର କରିଥିଲେ। ପିଟିଆଇ ପ୍ରଗତିଙ୍କ କହିବାନୁସାରେ ଦର୍ଶାଇଛି, ଆମେ ଆତଙ୍କବାଦର ସାମନା କରିଛୁ। ଆମେ ଘୃଣାତ୍ମକ ଶବ୍ଦ ଶୁଣିଛୁ। ମୁଁ ମାନବୀୟ ଆଧାରରେ ସବୁ ରାଜନେତାଙ୍କୁ ଅନୁରୋଧ କରୁଛି ଯେ , ସେମାନେ ଆମର ଭାବନା ସହ ଖେଳନ୍ତୁ ନାହିଁ। ପ୍ରଗତି ଜଗଦଲେ ଏହା ମଧ୍ୟ କହିଛନ୍ତି ଯେ , ଜୀବୀତ ବଞ୍ଚିଥିବା ଲୋକେ ଏହି ଭୟାବହ ଘଟଣାକୁ ସ୍ୱୟଂ ଅନୁଭବ କରିଛନ୍ତି , ତଥା ଆକ୍ରମଣକାରୀଙ୍କ କଥା ମଧ୍ୟ ଶୁଣିଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଆତଙ୍କବାଦୀମାନେ ଅଣ-ମୁସଲିମଙ୍କୁ ମଧ୍ୟ ଟାର୍ଗେଟ୍‌ କରିଥିଲେ। 

ପ୍ରଗତି ଜଗଦାଲେ ସାମ୍ୱାଦିକଙ୍କୁ କହିଛନ୍ତି , ଆମେ ଏବେ ବି ଏହି ଆତଙ୍କୀ ହମଲାରେ ଭୟଭୀତ। ଯେବେ ବି ମୁଁ ନିଜର ଆଖି ବନ୍ଦ କରୁଛି ତ ମୋତେ ଜଣେ ରାଇଫଲ ଧରିଥିବା ନଜର ଆସୁଛି। ମୁଁ ଠିକ୍‌ରେ ଶୋଇ ପାରୁ ନାହିଁ। ଯନ୍ତ୍ରଣା ଖୁବ୍‌ ଅସହ୍ୟ। ସେ କହିଛନ୍ତି କି, ଏବେ ତାଙ୍କର ବିଶ୍ୱାସ ଯେ, ସରକାରୀ ସହାୟତାରେ ତାଙ୍କ ଝିଅ ଅସାବରୀ ନିଜ ଜୀବନକୁ ପୁଣି ଆରମ୍ଭ କରି ପାରିବ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍‌ ମଙ୍ଗଳବାର କହିଛନ୍ତି କି, ଗତ ସପ୍ତାହରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ରାଜ୍ୟର ନିବାସୀ, ମୃତକ ୬ ଜଣଙ୍କ ପରିବାରକୁ ମହାରାଷ୍ଟ୍ର ସରକାର ୫୦-୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବେ। ଏହାସହ ସେ କହିଛନ୍ତି ଯେ ମୃତକ ମହାରାଷ୍ଟ୍ରର ପର୍ଯ୍ୟଟକଙ୍କ ପରିଜନଙ୍କୁ ଚାକିରି ମଧ୍ୟ ଦିଆଯିବ। 

ସୋମବାର ସାମ୍ୱାଦିକଙ୍କ ସହ କଥାବାର୍ତ୍ତା ବେଳେ , କଂଗ୍ରେସ ବିଧାୟକ ଦଳ (ସିଏଲପି)ର ନେତା ବିଜୟ ବଡେଟ୍ଟିୱାର କହିଛନ୍ତି , ଆମକୁ କୁହାଯାଉଛି ଯେ, ଆତଙ୍କବାଦୀମାନେ ଧର୍ମ ବିଷୟରେ ଜାଣିବା ପରେ ଲୋକଙ୍କୁ ଗୁଳି କଲେ। ଆତଙ୍କୀଙ୍କ ପାଖରେ କଣ ଏତେ ସମୟ ବି ଥାଏ ଯେ ,ସେ କାହା ପାଖକୁ ଯାଇ ତାର କାନରେ କିଛି ଫୁସଫୁସ୍ କହିବେ ? ଏହା ଖୁବ୍ ବିବାଦୀୟ , କାରଣ କିଛି ଲୋକ ଦାବି କରୁଛନ୍ତି କି ଏମିତି ଜିନିଷ ହୋଇଛି, ଯେବେ ଅନ୍ୟମାନେ ଏହାକୁ ଖଣ୍ଡନ କରୁଛନ୍ତି। 

ବଡେଟ୍ଟିୱାରଙ୍କ ଏହି ଟିପ୍ପଣୀରେ ଖୁବ୍‌ ବିବାଦ ଘନେଇଛି ଏବଂ ଦେବେନ୍ଦ୍ର ଫଡଣବିସ୍‌ଙ୍କ ସହ କ୍ଷମତାସୀନ ଗଠବନ୍ଧନର ନେତାମାନେ ଏହାର କଡ଼ା ନିନ୍ଦା କରିଛନ୍ତି। ଫଡଣବିସ୍‌ କହିଛନ୍ତି ଯେ ତାଙ୍କ ବୟାନ ସେହି ପରିବାରଙ୍କ କ୍ଷତରେ ଲୁଣ ପକାଇବା ଭଳି , ଯିଏକି ଏହି ଭୟାବହ ହମଲାରେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.