ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ଓଡ଼ିଶାରେ ହୋଇପାରିବନି ଗୋହତ୍ୟା

Published By : Manoj | August 8, 2025 10:34 AM

କଟକ,୦୮/୦୮:ରାଜ୍ୟରେ ଗୋ’ହତ୍ୟା ବନ୍ଦ ପାଇଁ ସ୍ୱତନ୍ତ୍ର ଆଇନ ରହିଛି ।  ତେଣୁ ସେହି ଆଧାରରେ ଓଡ଼ିଶାରେ ଗୋ’ହତ୍ୟା ହୋଇପାରିବନାହିଁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଗୋ’ହତ୍ୟା ନିରୋଧ ଆଇନ ସମ୍ପର୍କରେ  ଗୁରୁବାର ରାଜ୍ୟ ସରକାର ଅଦାଲତଙ୍କୁ ଅବଗତ କରିବା ପରେ ହାଇକୋର୍ଟ ଏହି  ରାୟ ଦେଇଛନ୍ତି । ଗୋ’ ଫାଉଣ୍ଡେସନ୍‌ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ  ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।  

ଆବେଦନକାରୀ ପିଟିସନ୍‌ରେ ଦର୍ଶାଇଥିଲେ  ଯେ, ଗୋ’ ହତ୍ୟା ବନ୍ଦ ପାଇଁ ଓଡ଼ିଶା ସରକାର  ୧୯୬୦ରେ ଆଇନ ପ୍ରଣୟନ କରିଥିଲେ । ଓଡ଼ିଶା ପ୍ରିଭେନ୍‌ସନ୍‌ ଅଫ୍‌ କାଓ ସ୍ଲଟର୍‌ ଆକ୍ଟ  ନାମରେ ଏହା ପରିଚିତ । ଏହି ଆଇନର  ଧାରା ୩ ଅନୁସାରେ ରାଜ୍ୟରେ କୌଣସି ବି କାରଣ ପାଇଁ ଗୋରୁଗାଈଙ୍କୁ ହତ୍ୟା  କରାଯାଇ ପାରିବନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି । କିନ୍ତୁ ଏହି ଆଇନକୁ ରାଜ୍ୟରେ  କାର୍ଯ୍ୟକାରୀ କରାଯାଉନାହିଁ । ଫଳରେ ରାଜ୍ୟରେ ଅବାଧରେ ଗୋରୁଗାଈଙ୍କୁ  କଟାଯାଉଛି ବୋଲି ଆବେଦନକାରୀ ଉଲ୍ଲେଖ କରିଥିଲେ । 

ଏପରିକି କଟକରେ  ବେଆଇନ ଭାବେ ଚାଲିଥିବା କଂସେଇଖାନାକୁ ବନ୍ଦ ପାଇଁଆବେଦନକାରୀ ପ୍ରାର୍ଥନା କରିଥିଲେ । ଏହା ଉପରେ ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ତଲବ କରିଥିଲେ । ରାଜ୍ୟ ସରକାର ଏହା ଉପରେ ଜବାବ ଦାଖଲ କରିଥିଲେ । ରାଜ୍ୟରେ ଗୋ ହତ୍ୟା ନିରୋଧ ଆଇନ ଥିବା ସମ୍ପର୍କରେ ଅଦାଲତଙ୍କୁ ଅବଗତ  କରିଥିଲେ । ଆବେଦନକାରୀ ସଂସ୍ଥା ପକ୍ଷରୁ ଆଇନଜୀବୀ ମୃଣାଳିନୀ ପାଢ଼ୀ ମାମଲା  ପରିଚାଳନା କରୁଥିଲାବେଳେ ଆଇନଜୀବୀ ପୀୟୂଷ ପଣ୍ଡା ସହଯୋଗ କରୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.