ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ହୋସ୍ ଆସିବା ପରେ ଚାରିପଟେ ପଡି ରହିଥିଲା ମୃତଦେହ, ବିମାନ ଦୁର୍ଘଟଣାରେ ଜୀବିତ ବ୍ୟକ୍ତି କହିଲେ ପୁରା ଘଟଣା

Published By : Harapriya Biswal | June 12, 2025 8:40 PM

ଅହମ୍ମଦାବାଦ,୧୨।୬: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦୪ ଜଣ ମୃତକଙ୍କ ଶବ ଉଦ୍ଧାର କରାଯାଇଛି। ଆଗକୁ ମୃତ ସଂଖ୍ୟା ବଢିବା ନେଇ କୁହାଯାଉଛି। ତେବେ ଏମାନଙ୍କ ମଧ୍ୟରେ କେବଳ ଜଣେ ଜୀବିତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଯାତ୍ରୀଙ୍କର ନାଁ ହେଉଛି ରମେଶ ବିଶ୍ବାସକୁମାର। ହସ୍ପିଟାଲରେ ୩୮ ବର୍ଷୀୟ ରମେଶଙ୍କ  ଚିକିତ୍ସା ଜାରି ରହିଛି। ସେ କହିଛନ୍ତି, ଦୁର୍ଘଟଣା ପରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଚାରିପଟେ କେବଳ ନିଆଁ ହିଁ ନିଆଁ। ମୋତେ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲ ନିଆଯାଇଥିଲା। ସେ ପର୍ଯ୍ୟନ୍ତ ବି ମୁଁ ବିଶ୍ବାସ କରିପାରୁନଥିଲି ଜୀବିତ ଅଛି, ଏହା କୌଣସି ଚମତ୍କାରଠାରୁ ମୋ ପାଇଁ କମ୍ ନୁହେଁ।

ବିମାନ ଦୁର୍ଘଟଣା ବେଳେ ୬୨୫ ଫୁଟ୍ ତଳକୁ ଖସି ପରେ ମଧ୍ୟ ତାଙ୍କର ଜୀବନ ବଞ୍ଚି ଯାଇଛି। ବ୍ୟକ୍ତି ଜଣକ ଦୁର୍ଘଟଣାସ୍ଥଳରେ ମୃତଦେହଙ୍କ ଭିତର ଦେଇ ଚାଲିଚାଲି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଁଞ୍ଚିଥିଲେ। କୁହାଯାଉଛି ଯେ, ଦୁର୍ଘଟଣା ସମୟରେ ସେ ବିମାନରୁ ତଳକୁ ଡେଇଁ ପଡିଥିଲେ। ରମେଶ ଚାଲିଚାଲି ଆମ୍ବୁଲାନ୍ସ   ର୍ଯ୍ୟନ୍ତ ଯାଉଥିବାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ରମେଶ ତାଙ୍କ ପରିବାରକୁ ଭେଟିବା ପାଇଁ କିଛି ଦିନ ପାଇଁ ଭାରତ ଆସିଥିଲେ ଏବଂ ତାଙ୍କ ଭାଇ ଅଜୟ କୁମାର ରମେଶ (୪୫)ଙ୍କ ସହ ଲଣ୍ଡନ ଫେରୁଥିଲେ। ବିଶ୍ୱାସ କହିଛନ୍ତି ସେ ୨୦ ବର୍ଷ ଧରି ଲଣ୍ଡନରେ ରହୁଛନ୍ତି। ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ମଧ୍ୟ ଲଣ୍ଡନରେ ରୁହନ୍ତି।  

ଅହମ୍ମଦାବାଦ ପୋଲିସ କମିଶନର ଜିଏସ୍ ମଲିକ କହିଛନ୍ତି,  ସିଟ୍‌ ନମ୍ବର ୧୧ ଏ ରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ପାଇଥିଲୁ। ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ। କାରଣ ବିମାନ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.