ଅନୁଗୁଳ, ୨୦/୬: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କଞ୍ଜରା ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଲେ କଞ୍ଜରା ଗ୍ରାମ ମାହାର ସାହିର କାଶୀନାଥ ମାହାର(୫୦) ବୋଲି ଜଣାପଡିଛି।
ସୂଚନା ମୁତାବକ, କାଶୀନାଥ ଘରେ ଶୋଇଥିବା ବେଳେ ଶୁକ୍ରବାର ଭୋର ୪ଟା ବେଳକୁ ତାଙ୍କ ମୁଣ୍ଡକୁ ଏକ ସାପ କାମୁଡି ଦେଇଥିଲା। କାଶୀନାଥ ପରିବାର ଲୋକଙ୍କୁ ଜଣାଇବା ପରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ସକାଳେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା।
ଖବର ପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ସରକ୍ଷଣ ଗୃହରେ ରଖିଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପ୍ରକାଶ କରିଛି।