କଣ୍ଟାମାଳ, ୩୦।୭ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘୁଚାଙ୍ଗି କସାଡିମୁଣ୍ଡା ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡର ଗଛକୁ ଧକ୍କା ଦେଇଛି। ଏଥିରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ମୃତକ ଜଣକ ହେଲେ ଭଟାଗୋରା ଗ୍ରାମର ଟଙ୍କଧର ଭୋଇ ।
କଣ୍ଟାମାଳ-ନାରାୟଣ ପ୍ରସାଦ ପୂର୍ତ୍ତ ବିଭାଗ ରାସ୍ତାର ଘୁଚାଙ୍ଗୀ ନିକଟରେ ବାଇକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲା l ଫଳରେ ବାଇକ ଆରୋହୀ ଭଟାଗୋରା ଗ୍ରାମର ଟଙ୍କଧର ଭୋଇ ଓ ବସନ୍ତ ମଲ୍ଲିକ ଗୁରୁତର ଆହତ ହୋଇଥିଲେ | କଣ୍ଟାମାଳ ଦମକଳ ବାହିନୀ ଉଭୟଙ୍କୁ ଉଦ୍ଧାର କରି କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଡାକ୍ତର ଟଙ୍କଧରଙ୍କୁ ମୃତ ଘୋଷଣା କରିଥିଲେ |