ହରଭଙ୍ଗା, ୨୮।୭ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ କାର୍ଯ୍ୟରେ ଅବହେଳା ପାଇଁ ୯ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ପ୍ରଥମେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ସେମାନଙ୍କ ନିକଟରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦରମା ବନ୍ଦ କରାଯାଇଥିବା ଜଣାପଡିଛି।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବାଘପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଳା ଦେଇ , ବିରେନ ଦାସିଆ , ପନଖିମାଳ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ବେହେରା, ଆସିଷ୍ଟାଣ୍ଟ ଶିକ୍ଷୟିତ୍ରୀ ମିନତୀ ତ୍ରିପାଠୀ,ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ, ବିରିଗଡ଼ ସ୍କୁଲ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପଣ୍ଡା, ଶିକ୍ଷୟିତ୍ରୀ ସ୍ମୃତି ରେଖା ପୁହାନ,ନଳିନୀ ମେହେର, ବୈବସୁତ ବିଶ୍ୱାଳ କାର୍ଯ୍ୟରେ ଅବହେଳା କରିଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କିନ୍ତୁ ନୋଟିସରେ କୌଣସି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ମିଳି ନ ଥିଲା। ଫଳରେ ସେମାନଙ୍କ ଦରମା ବନ୍ଦ ରଖା ଯାଇଥିବା ନେଇ ଜଣାପଡିଛି l
ଏ ନେଇ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ି ବନ୍ଧୁ ବେହେରାଙ୍କୁ ପଚାରିବାରୁ ଆମେ ପ୍ରତିଦିନ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରୁଛୁ । ପରିଦର୍ଶନ ଭିତରେ ଉକ୍ତ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ କ୍ଷେତ୍ର ରେ ଅବହେଳା ଥିବା ଜାଣିବାକୁ ପାଇଥିଲୁ । ଘଟଣା ସମ୍ପର୍କ ରେ ପ୍ରଥମେ ଆମେ କାରଣ ଦର୍ଶାଅ ନୋଟିସ କରିଥିଲୁ କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ରଖି ପାରିନଥିବାରୁ କାହାର ଦିନେ ଏବଂ ଅନ୍ୟ କାହାର ଦୁଇଦିନ କାର୍ଯ୍ୟ ଦିବସର ଦରମାକୁ ବନ୍ଦ କରାଯାଇଛି ବୋଲି କହିଥିଲେ l