ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଚୋରା ସୁନା କିଣିବା ଅଭିଯୋଗରେ ଜଣେ ଗିରଫ

ତିଗିରିଆ, ୬। ୧୦ : ଚୋରା ସୁନା ରଖିଥିବା ଅଭିଯୋଗରେ ତିଗିରିଆ ଥାନା ଅନ୍ତର୍ଗତ ନୂଆସଡକ ଛକରୁ ଜଣେକୁ ଢେଙ୍କାନାଳ ପୁଲିସ ରବିବାର ଉଠାଇ ନେଇଛି। ତାଙ୍କ ଠାରୁ ୨୦୦ ଗ୍ରାମ ସୁନା ଓ ୨ କିଲୋ ରୂପା ଜବତ କରିଥିବା ଜଣାପଡିଛି l

ସୂଚନା ଅନୁଯାୟୀ ଢେଙ୍କାନାଳ ଥାନା ଅଞ୍ଚଳରେ ଏକ ସୁନା ଚୋରୀ ଘଟଣାରେ  ଢେଙ୍କାନାଳ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ବାଙ୍କୀ ଥାନା ଆନନ୍ଦପୁରଠାରୁ ଗିରଫ କରିଥିଲା। ପରେ ଅଭିଯୁକ୍ତ  ଜଣକ ତିଗିରିଆ ଥାନା ଅନ୍ତର୍ଗତ ନୂଆସଡକ ଛକର ଜଣକୁ ସୁନା ବିକ୍ରି କରିଥିବା ଜଣାପଡିଥିଲା। ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକ ଓ ତିଗିରିଆ ଥାନା ଅଧିକାରୀ ବିକ୍ରମ ଜେନାଙ୍କ ଉପସ୍ଥିତିରେ ରବିବାର ସନ୍ଧ୍ୟା ସମୟରେ ତିଗିରିଆ ଥାନା ଅନ୍ତର୍ଗତ ନୂଆସଡକ ଛକର ଏକ ଗହଣା ଦୋକାନରେ ଚଡାଉ କରାଯାଇଥିଲା। ଦୋକାନୀଙ୍କୁ ଗିରଫ୍ କରିବା ସହିତ ତା ଠାରୁ ୨୦୦ ଗ୍ରାମ ସୁନା ଓ ୨ କିଲୋ ରୂପା ଜବତ କରିଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.