ପ୍ରମୂଖ ଖବର
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ

Published By : Prameya | June 1, 2025 8:00 AM

ଭୁବନେଶ୍ୱର,୦୧/୦୬:  ରାଜ୍ୟରେ ଚଳିତ ବର୍ଷ ପ୍ରଥମ  ମୁଣ୍ଡ ନେଇଛି କରୋନା । ରାଜଧାନୀ  ଭୁବନେଶ୍ୱରରେ କରୋନାରେ ଆକ୍ରାନ୍ତ ଜଣେ ବୃଦ୍ଧ ରୋଗୀଙ୍କ ଶନିବାର  ରାତିରେ ମୃତ୍ୟୁ ଘଟିଛି । ବୃଦ୍ଧ ଜଣକ  କିଛିଦିନ ତଳେ କରୋନାରେ ଆକ୍ରାନ୍ତ  ଥିବା ଜଣାପଡ଼ିଥିଲା । ଏଥିସହ ସେ  ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।  କରୋନା ପଜିଟିଭ୍‌ ଚିହ୍ନଟ ହେବା  ପରେ ତାଙ୍କୁ ଘରୋଇ ହସପିଟାଲରେ  ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା ।  ପରେ ସେ ଘରକୁ ଫେରିଆସି ହୋମ୍‌  ଆଇସୋଲେସନ୍‌ରେ ରହି ଚିକିତ୍ସିତ  ହେଉଥିଲେ । ଶନିବାର ତାଙ୍କର ମୃତ୍ୟୁ ଘଟିଛି।  କରୋନାରେ କି ଅନ୍ୟ ରୋଗ ପାଇଁ ତାଙ୍କର  ମୃତ୍ୟୁ ଘଟିଛି ସେ ନେଇ ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.