ପ୍ରମୂଖ ଖବର
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଓଡ଼ିଶା ହାଇକୋର୍ଟଙ୍କ ବିରଳ ରେକର୍ଡ,୧୦ଦିନରେ ୧୩୦୦ ମାମଲାର ସମାଧାନ

Published By : Prameya | June 16, 2025 11:39 AM

କଟକ,୧୬/୦୬: ଓଡ଼ିଶା ହାଇକୋର୍ଟରେ ଗତ ମେ’  ୨୦ରୁ ତାରିଖରୁ ଆରମ୍ଭ ହୋଇଥିଲା ଗ୍ରୀଷ୍ମ ଅବକାଶ । କେବଳ  ଜରୁରିକାଳୀନ ମାମଲାର ଶୁଣାଣି ପାଇଁ ଏହି ଛୁଟି ସମୟରେ ୧୦  ଦିନ ବସିଥିଲା ଅବକାଶକାଳୀନ ଅଦାଲତ । ଏହି ଅଦାଲତରେ  ରେକର୍ଡ ୧୩୦୦ଟି ମାମଲାର ଫଇସଲା ହୋଇଛି ଯାହାକି ପୂର୍ବବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ । ହାଇକୋର୍ଟ ଆସନ୍ତା ୧୭  ତାରିଖ ପର୍ଯ୍ୟନ୍ତ ଛୁଟି ରହିଥିଲେ ମଧ୍ୟ ଅବକାଶକାଳୀନ ଅଦାଲତ ପାଇଁ ଦୁସ୍ଥ, ଅସହାୟ ତଥା ପୀଡ଼ିତମାନଙ୍କୁ ଆଶ୍ୱସ୍ତି ମିଳିପାରିଛି ।  ଓଡ଼ିଶା ହାଇକୋର୍ଟଙ୍କ ଅବକାଶକାଳୀନ ଅଦାଲତକୁ ଦେଖିଲେ ସ୍ପଷ୍ଟ ହେଉଛି କି ବିଚାରରେ ବା ଶୁଣାଣିରେ କୌଣସି ପ୍ରକାର  ଅବକାଶ ବା ବିରାମ ନାହିଁ । କୋର୍ଟରେ ଗ୍ରୀଷ୍ମ ଅବକାଶ ବା  ଛୁଟିକୁ ନେଇ ଅନେକ ସମୟରେ ବିଚାର ବ୍ୟବସ୍ଥା ପ୍ରତି ଅଙ୍ଗୁଳି  ଉଠିଥାଏ । ମାସାଧିକାଳ କୋର୍ଟ ବନ୍ଦ ରହୁଥିବାରୁ ପୀଡ଼ିତଙ୍କୁ ନ୍ୟାୟ ମିଳିପାରେ ନାହିଁ ବୋଲି ଅଭିଯୋଗ ହୁଏ । କିନ୍ତୁ ସେହି  ଛୁଟି ସମୟରେ ଓଡ଼ିଶା ହାଇକୋର୍ଟର ବିଚାରପତିମାନେ ଅବକାଶରେ ନ ଯାଇ ନିଜର ସାମ୍ବିଧାନିକ ଉତ୍ତରଦାୟିତ୍ୱ  ନିର୍ବାହ କରି ପୀଡ଼ିତମାନଙ୍କୁ ନ୍ୟାୟ ପ୍ରଦାନ କରି ଏଭଳି  ଅଭିଯୋଗକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ।  

ଗତ ଜୁନ୍‌ ୧୩ ତାରିଖ ଥିଲା ଶେଷ ଅବକାଶକାଳୀନ  ଅଦାଲତ । ଏଥର ମୋଟ୍‌ ୧୦ ଦିନ ଗ୍ରୀଷ୍ମ ଅବକାଶ ଅଦାଲତ  ବସିଥିଲା । ଅର୍ଥାତ୍‌ ପ୍ରତି ତିନି ଦିନରେ ଥରେ ଅବକାଶକାଳୀନ  ଅଦାଲତ ବସିଛି । ଏହି ଅଦାଲତରେ ହାଇକୋର୍ଟର ୧୯ଜଣ  ବିଚାରପତିଙ୍କ ମଧ୍ୟରୁ ୧୫ଜଣ ବିଚାରପତି ଡିଭିଜନ୍‌ ବେଞ୍ଚରେ  ହେଉ ଅବା ସିଙ୍ଗଲ୍‌ ବେଞ୍ଚ୍‌ ବା ଏକକ ଭାବେ ହେଉ ବିଭିନ୍ନ  ମାମଲାର ଶୁଣାଣି କରିଥିଲେ । ବିଚାରପତି ଜଷ୍ଟିସ୍‌ ସଙ୍ଗମ  କୁମାର ସାହୁ, ଜଷ୍ଟି୍‌ସ୍‌ କେ.ଆର୍‌.ମହାପାତ୍ର, ଜଷ୍ଟିସ୍‌ ବିଭୁପ୍ରସାଦ  ରାଉତରାୟ, ଜଷ୍ଟିସ୍‌ ଏସ୍‌.କେ.ପାଣିଗ୍ରାହୀ, ଜଷ୍ଟିସ୍‌ ସାବିତ୍ରୀ  ରଥ, ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ୍‌ ରାଧାକୃଷ୍ଣ  ପଟ୍ଟନାୟକ, ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ୍‌ ଭି.  ନରସିଂହ, ଜଷ୍ଟିସ୍‌ ବି.ପି. ଶତପଥୀ, ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣ,  ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର, ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ,  ଜଷ୍ଟିସ୍‌ ଶିବଶଙ୍କର ମିଶ୍ର ଏବଂ ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର ବେହେରା  ବିଭିନ୍ନ ମାମଲାର ଶୁଣାଣି କରିଥିଲେ । ମୋଟ୍‌ ଉପରେ ୧୮ଟି  ଡିଭିଜନ ଏବଂ ଜଣିକିଆ ବିଚାରପତିଙ୍କ ଅଦାଲତ ବସିଥିଲା ।   

ଏହିସବୁ ଅଦାଲତରେ ଜେଲ୍‌ କ୍ରିମିନାଲ୍‌ ଅପିଲ୍‌, ରିଟ୍‌  ପିଟିସନ୍‌, ରିଟ୍‌ ଅପିଲ୍‌, ନିୟମିତ ଜାମିନ୍‌, ଆଗୁଆ ଜାମିନ୍‌  ମାମଲା ଆଦିର ଶୁଣାଣି ହୋଇଥିଲା । ଏଥିସହ କିଛି ଅନ୍ତରୀଣ  ପିଟିସନ୍‌ର ଶୁଣାଣି ମଧ୍ୟ ହୋଇଥିଲା । ଏଥିରେ ୧୩୦୦ ମୁଖ୍ୟ  ମାମଲାର ସମାଧାନ ହୋଇଛି । ସେହିପରି ୩୫୧ଟି ଅନ୍ତରୀଣ  ଆବେଦନ (ଆଇଏ)ର ସମାଧାନ କରାଯାଇଛି । ଗୋଟେ  ଗୋଟେ ଦିନ ଗୋଟେ ଗୋଟେ ବେଞ୍ଚ୍‌ରେ ଦେଢ଼ଶହରୁ  ଦୁଇଶହ ପର୍ଯ୍ୟନ୍ତ ମାମଲାର ଶୁଣାଣି ହେବା ସହ ସମାଧାନ  କରାଯାଇଥିଲା । ହାଇକୋର୍ଟଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.