ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

UPI ଠକେଇ ୮୫% ବୃଦ୍ଧି, ୨୦୨୩-୨୪ରେ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା

Published By : Swapna Ray | November 27, 2024 12:11 PM

ଭୁବନେଶ୍ୱର, ୨୧।୧୧: ଏବେ ଡିଜିଟାଲ ପେମେଣ୍ଟ ଦ୍ରୁତ ହାରରେ ବଢ଼ୁଛି । ଏପଟେ ସାଇବର ଠକେଇ ମଧ୍ୟ ଲୋକଙ୍କ ଚିନ୍ତା ବଢ଼ାଇଛି । ୨୦୨୩ରେ ୟୁପିଆଇ ଠକେଇ ୮୫% ବୃଦ୍ଧି ହୋଇଛି । ଗୋଟିଏ ବର୍ଷରେ ୟୁପିଆଇ ଠକେଇର ଏଭଳି ମାମଲା ସାମ୍ନାକୁ ଆସିଥିବା ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ ସୂଚନା ଦେଇଛନ୍ତି ।

୨୦୨୨-୨୩ରେ ୭.୨୫ ଲକ୍ଷ ଠକେଇ ମାମଲା ସାମ୍ନା ଆସିଥିଲା । ଏଥିରେ ୫୭୩ କୋଟିର ଠକେଇ ହୋଇଥିଲା । ଏହା ୨୦୨୩-୨୪ରେ ୧୩.୪୨ ଲକ୍ଷ ମାମଲା ଏବଂ ୧୦୮୭ କୋଟି ଠକେଇ ରହିଥିଲା । ଚଳିତ ଆର୍ôଥକ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ୬.୩୨ ଲକ୍ଷ ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୪୮୫ କୋଟିର ଠକେଇ ହୋଇଥିବା ସୂଚନା ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.