ନୂଆଦିଲ୍ଲୀ ୨୨/୧୧: ବାସ୍ତୁ ଦୋଷ ଦୂର କରିବା ପାଇଁ, ଲୋକମାନେ ଅନେକ ପୂଜା-ପାଠ କରନ୍ତି। ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରକୁ ଆର୍ଥିକ ସମୃଦ୍ଧି ଆସିଥାଏ। ଏହା ବ୍ୟତୀତ, ଘରର ଅନ୍ୟାନ ଅସୁବିଧାରୁ ମଧ୍ୟ ମୁକ୍ତି ମିଳିଥାଏ । ହେଲେ ଏହି ପୂଜା ପାଠ ବ୍ୟତୀତ ଆପଣ ଅନ୍ୟ କିଛି ପ୍ରାକୃତିକ ଉପାୟ ଦ୍ୱାରା ମଧ୍ୟ ବାସ୍ତୁ ଦୋଷରୁ ମୁକ୍ତି ପାଇ ପାରିବେ।
ଯଦି ବାସ୍ତୁ ଦୋଷ ହେତୁ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଉପୁଜୁଥାଏ, ତେବେ ଏଥିପାଇଁ ଆପଣ ଘରର କାନ୍ଥରେ ମୟୂର ପୁଚ୍ଛ ଲଗାନ୍ତୁ ।ଏହା ବ୍ୟତୀତ କାନ୍ଥରେ ନୀଳକଣ୍ଠ ପକ୍ଷୀର ଫଟୋ ମଧ୍ୟ ଲଗାନ୍ତୁ। ଏହି ଦୁଇଟି ପକ୍ଷୀ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ମୟୂର ଦେବୀ ଲକ୍ଷ୍ମୀ ଏବଂ ନୀଳକଣ୍ଠକୁ ଦେବୀ ଦୁର୍ଗାଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ତେଣୁ ଏହି ଦୁଇଟି ପକ୍ଷୀଙ୍କର ଫଟୋ ଘରେ ଲଗାଇବା ଦ୍ୱାରା ଘରର ଆର୍ଥିକ ସମସ୍ୟା ଶେଷ ହେବା ସହିତ ଘରେ ଅନ୍ୟ ଅସୁବିଧା ମଧ୍ୟ ଦୂର ହୋଇଥାଏ।
ତେବେ ଏହି ଦୁଇଟି ପକ୍ଷୀଙ୍କ ଫଟୋ ଘରର ପ୍ରବେଶ ଦ୍ୱାର କିମ୍ବା ଘରର ପୂର୍ବ ଦିଗରେ ଲଗାନ୍ତୁ। ଯଦି ଆପଣ କୌଣସି କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି, ଏହି ଦୁଇଟି ଫଟୋ ଦେଖି ଘରୁ ବାହାରିଲେ ଶୁଭ ହୋଇଥାଏ।