ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଓଟିପିରେ ହୋଇ ନଥାଏ ଅନଲକ୍ : ଇଭିଏମ୍ ହ୍ୟାକିଂର ଦାବି ନେଇ ବିରୋଧୀଙ୍କୁ ନିର୍ବାଚନ ଆୟୋଗର ଜବାବ

ମୁମ୍ୱାଇ – ଲୋକସଭା ନିର୍ବାଚନ ୨୦୨୪ ପରେ ପୁଣି ଥରେ ଇଭିଏମ୍‌ (ଇଲେକ୍ଟ୍ରୋନିକ ଭୋଟିଂ ମେସିନ)କୁ ନେଇ ବିବାଦ ମୁଣ୍ଡ ଟେକିଛି। ଅନେକ ବିରୋଧୀ ଦଳମାନେ ପୁଣି ଥରେ ଇଭିଏମ୍‌ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ଆଗାମୀ ସବୁ ନିର୍ବାଚନ ମତପତ୍ର ମାଧ୍ୟମରେ କରାଇବାର ଦାବି କରିଛନ୍ତି। ଏହାକୁ ନେଇ ଏବେ ନିର୍ବାଚନ ଆୟୋଗ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମୁମ୍ୱାଇ ଉତ୍ତର ପଶ୍ଚିମ ଲୋକସଭା ସିଟ୍‌ର ନିର୍ବାଚନ ଅଧିକାରୀ ବନ୍ଦନା ସୂର୍ଯ୍ୟବଂଶୀ କହିଛନ୍ତି କି ଇଭିଏମ୍ ଷ୍ଟାଣ୍ଡଏଲୋନ ( ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ) ପ୍ରଣାଳୀ , ଏହାକୁ ଅନଲକ୍‌ କରିବା ପାଇଁ  ଓଟିପିର ଆବଶ୍ୟକ ନାହିଁ । 

ପ୍ରେସ୍‌ କନଫରେନ୍ସିରେ ସୂର୍ଯ୍ୟବଂଶୀ କହିଛନ୍ତି , ଆଜି ଯେଉଁ ଖବର ଆସିଛି ଏହାକୁ ନେଇ କିଛି ଲୋକ ଟ୍ୱିଟ୍‌ କରିଛନ୍ତି । ଇଭିଏମ୍‌କୁ ଅନଲକ୍ କରିବା ପାଇଁ କୌଣସି ଓଟିପିର ଦରକାର ନାହିଁ । ଇଭିଏମ୍‌ ଡିଭାଇସ୍‌ କାହା ସହ କନେକ୍ଟ ରହିନଥାଏ । ଖବରକାଗଜରେ ସଂପୂର୍ଣ୍ଣ ଭାବେ ମିଥ୍ୟା ଖବର ପ୍ରସାର କରାଯାଉଛି। ଇଭିଏମ୍‌ ଷ୍ଟାଣ୍ଡଏଲୋନ ସିଷ୍ଟମ ଅଟେ।  ଖବର ପୂରା ମିଥ୍ୟା । ଆମେ ପେପରକୁ ନୋଟିସ୍‌ ଇସ୍ୟୁ କରିଛୁ। ୪୯୯ ଆଇପିସି ଅନୁସାରେ ମାନହାନି କେସ୍‌ ମଧ୍ୟ କରାଯାଇଛି। 


ଏହା ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର ସୋସିଆଲ ମିଡ଼ିଆ ମଞ୍ଚ ଏକ୍ସରେ ନିଜର ଏକ ପୋଷ୍ଟରେ କହିଛନ୍ତି , ଟେକ୍ନୋଲଜି ସମସ୍ୟାକୁ ଦୂର କରିବା ପାଇଁ ହୋଇଥାଏ , ଯଦି ତାହା ମୁସ୍କିଲର କାରଣ ହୋଇଯାଏ , ତ ଏହାର ବ୍ୟବହାର ତୁରନ୍ତ ବନ୍ଦ କରିଦେବା ଉଚିତ୍‌। । ଅଖିଳେଶ ଏହି ପୋଷ୍ଟରେ ବିଜେପି ଉପରେ ଟାର୍ଗେଟ କରି କହିଛନ୍ତି , ଆଜି ଯେତେବେଳେ ବିଶ୍ୱର ଅନେକ ନିର୍ବାଚନରେ ଇଭିଏମ୍‌କୁ ନେଇ ଗଡ଼ବଡ଼ିର ଆଶଙ୍କା କରାଯାଉଛି , ଏବଂ ଦୁନିଆର ଜଣାଶୁଣା ଟେକ୍ନୋଲଜି ଏକ୍ସପର୍ଟସ ଇଭିଏମରେ ଠକେଇର ବିପଦ ଆଡ଼କୁ ଖୁଲମଖୁଲା ଲେଖିଛନ୍ତି , ତ ପୁଣି ଇଭିଏମ୍‌ର ବ୍ୟବହାରର ଜିଦି ପଛରେ କଣ କାରଣ , ଏହି କଥା ବିଜେପି ସ୍ପଷ୍ଟ କରୁ। 

ସେ କହିଛନ୍ତି ଆସନ୍ତା ସବୁ ନିର୍ବାଚନ ବାଲାଟ ପେପରରେ କରାଇବାକୁ ନିଜର ଦାବିକୁ ଆମେ ପୁଣି ଦୋହରାଉଛୁ । ଏହା ପୂର୍ବରୁ ବି  ଅଖିଳେଶ ଇଭିଏମର ବିଶ୍ୱସନିୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 

ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ରବିବାର କହିଛନ୍ତି , ଭାରତରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍‌) ଏକ ବ୍ଲାକ୍‌ ବକ୍ସ । ଯାହାକୁ ଯାଞ୍ଚ କରିବାକୁ କାହାକୁ ବି ଅନୁମତି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.