ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଅବକାରୀ ଥାନାରେ ନାହିଁ ସୂଚନା ଫଳକ, ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବୃଦ୍ଧି…

Published By : Ladu Kishor | June 23, 2025 10:50 PM

ଦାରିଙ୍ଗବାଡି ୨୩/୬: ଦାରିଙ୍ଗବାଡି ଠାରେ ୨୦୨୨ ମସିହାରେ ଏକ ଅବକାରୀ ଥାନା ହୋଇଥିବା ବେଳେ ତାହା ଭଡା ଘରେ ଚାଲିଛି। ହେଲେ ଉକ୍ତ ଅବକାରୀ ଥାନା ବାହାରେ ଆଜି ପର୍ଯ୍ୟନ୍ତ କୌଣସି ସୂଚନା ଫଳକ ଲାଗି ନାହିଁ । ଫଳରେ ସାଧାରଣ ଲୋକ ଦାରିଙ୍ଗବାଡିରେ ଏକ ଅବକାରୀ ଥାନା ଅଛି ବୋଲି ଜାଣି ପାରୁ ନାହାଁନ୍ତି। ଚୋରା ମଦ ବେପାର ବିଷୟରେ ସୂଚନା ଦେବା ପାଇଁ ଚାହିଁଲେ ବି ସୂଚନା କିମ୍ବା ଅଭିଯୋଗ ଦେଇ ପାରୁ ନାହାଁନ୍ତି। ଖାଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ପ୍ରଦାନ କରୁଛନ୍ତି। ଅବକାରୀ ଥାନା ଭିତରେ କେବଳ ନାମ ଫଳକ ରହିଥିବା ବେଳେ ବାହାରେ କୌଣସି ଫଳକ ନାହିଁ। ଏହି ଅବକାରୀ ଥାନାରେ ସବୁ ବେଳେ ଭିତର ପଟୁ ହେଉ ଅବା ବାହାର ପଟୁ ତାଲା ଝୁଲି ରହୁଥିବା ମଧ୍ୟ ଦେଖିବାକୁ ମିଳିଛି। ଫଳରେ ଦାରିଙ୍ଗବାଡି ଅଞ୍ଚଳରେ ଚୋରା ମଦ ବେପାର ବୃଦ୍ଧି ପାଇବା ସହ ଗଞ୍ଜେଇ କାରବାର ବୃଦ୍ଧି ପାଉଛି । ଅନ୍ୟ ପଟେ ଅଞ୍ଚଳରେ ଚୋରା ମଦ ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ପାଲା ନାଚ ଓ ସଚେତନ ସଭା ମାଧ୍ୟମରେ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ବ୍ୟବହାର ନକରିବାକୁ କୁହା ଯାଉଛି । ଅବକାରୀ ଅଧିକ୍ଷକ ସୁଶାନ୍ତ ପାଢ଼ୀ ଙ୍କୁ ପଚାରିବାରୁ ସେ କହିଲେ କାହିଁକି ସୂଚନା ଫଳକ ଲାଗି ନାହିଁ, ମୁଁ ପଚାରି ବୁଝୁଛି ବୋଲି କହିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.