ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏନଆଇଏର ଚାର୍ଜସିଟ୍‌: ଦାଉଦର ରାସ୍ତାରେ ଲରେନ୍ସ ବିଷ୍ଣୋଇ, ୭୦୦ ସୁଟର୍‌, ୬ଟି ଦେଶରେ ସାମ୍ରାଜ୍ୟ

Published By : Krishna Priya | October 13, 2024 3:17 PM

ନୂଆଦିଲ୍ଲୀ ୧୩/୧୦:  NCP ନେତା ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ । ଏନେଇ ଲରେନ୍ସ ଗ୍ରୁପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜକୁ ଦାୟୀ କରିଛି । ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ସ୍ବୀକାର କରିଛି । ତେବେ ଲରେନ୍ସ ବିଷ୍ଣୋୟୀ ଗ୍ରୁପ ଗତ କିଛି ଦିନ ହେଲା ଭାରତରେ ସକ୍ରିୟ ହୋଇଛି । ଗ୍ୟାଙ୍ଗଷ୍ଟର ଗ୍ରୁପର ୩ଜଣ କୁଖ୍ୟାତ ଅପରାଧି ଅମେରିକାରୁ ବସି ଏହାକୁ ହ୍ୟାଣ୍ଡଲ କରୁଛନ୍ତି । ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ଯେଉଁ ରାସ୍ତାରେ ଯାଉଥିଲା ସମାନ ରାସ୍ତାକୁ ଆପଣେଇଛି ଲରେନ୍ସ ବିଷ୍ଣୋୟୀ ।

ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଏବଂ ଗୋଲ୍ଡି ବରାଡ ଗ୍ୟାଙ୍ଗ ବିରୋଧରେ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଥିମଧ୍ୟରେ, ଏନଆଇଏ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଏବଂ ଗୋଲ୍ଡି ବରାଡ ଗ୍ରୁପର ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । NIA ଏଥିରେ ଅନେକ ବଡ଼ ଖୁଲାସା କରିଛି ।

ଏନଆଇଏ ଏହାର ଚାର୍ଜସିଟରେ ଦର୍ଶାଇଛି ଲରେନ୍ସ ବିଷ୍ଣୋୟୀ ଏବଂ ତାଙ୍କ ଆତଙ୍କବାଦୀ ସିଣ୍ଡିକେଟ୍ ଅଦ୍ଭୁତ ଭାବରେ ବିସ୍ତାର ହୋଇଛି। ଯେପରି ୯୦ ଦଶକରେ ଦାଉଦ୍ ଇବ୍ରାହିମ୍ ଛୋଟ ଛୋଟ ଅପରାଧ କରି ତାର ନେଟୱାର୍କ ପ୍ରତିଷ୍ଠା କରିଥିଲା। ଏଥିରେ ତସ୍କରୀ, ଟାର୍ଗେଟ୍ କିଲିଂ, ଦାଦାବଟି ଆଦାୟ ସାମିଲ୍ ରହିଥିଲା । ଏହି ଭଳି ଭାବେ ଡି-କମ୍ପାନିକୁ ଛିଡ଼ା କରିଥିଲା ଦାଉଦ ଇବ୍ରାହିମ । ସେହିପରି ଭାବେ ବିଷ୍ଣୋୟୀ ଗ୍ରୁପ୍ ଆରମ୍ଭରେ ଛୋଟ ଛୋଟ ଅପରାଧ କରୁଥିଲା । ପରେ ନିଜକୁ ଗ୍ୟାଙ୍ଗଷ୍ଟରର ପରଚୟ ଦେଇଥିଲା । ଏହି ଗ୍ୟାଙ୍ଗଷ୍ଟର ଗ୍ରୁପ ଏବେ ଉତ୍ତର ଭାରତକୁ କବଜା କରିଛି । 

ଏନଆଇଏ ନିଜ ଚାର୍ଜସିଟରେ ଉଲ୍ଲେଖ କରିଛି, ବିଷ୍ଣୋୟୀ ଗ୍ରୁପରେ ୧୦୦ କି ୨୦୦ ନୁହେଁ ବରଂ ୭୦୦ରୁ ଅଧିକ ସୁଟର ରହିଛନ୍ତି । ଏଥିରେ ୩୦୦ଜଣ ପଞ୍ଜାବରୁ ଆସୁଛନ୍ତି । ବିଷ୍ଣୋୟୀ ଗ୍ରୁପ ଭାରତ ୧୧ଟି ରାଜ୍ୟ ଏବଂ ୬ଟି ଦେଶରେ ନିଜର ଗ୍ୟାଙ୍ଗଷ୍ଟର  ସାମ୍ରାଜ୍ୟ ବିସ୍ତାର କରିଛି । ନିଜ ଗ୍ୟାଙ୍ଗର ପ୍ରଚାର ପ୍ରସାର ପାଇଁ ଲରେନ୍ସ ବିଷ୍ଣୋୟୀ ଗ୍ରୁପ ସୋସିଆଲ୍ ମିଡିଆକୁ ଅସ୍ତ୍ର କରିଛି । ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୟୁଟ୍ୟୁବର ସାହାର ନେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.