ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ନୂଆଦିଲ୍ଲୀ ଚାଣକ୍ୟପୁରୀରେ ହେବ ନୂଆ ଓଡ଼ିଶା ଭବନ, ୭ ମହଲା ବିଲ୍ଡିଂ ପାଇଁ ବ୍ୟୟ ଅଟକଳ ୪୦ କୋଟି

Published By : Prameya | November 4, 2024 7:58 AM

ଭୁବନେଶ୍ୱର,୦୪/୧୧: ନୂଆଦିଲ୍ଲୀରେ ନୂଆ ଓଡ଼ିଶା ଭବନ ତିଆରି କରିବେ ନୂଆ ସରକାର । ପୁରୁଣା ବିଲ୍ଡିଂକୁ ଭାଙ୍ଗି ତା ସ୍ଥାନରେ  ନୂଆ ଓ ଆକର୍ଷଣୀୟ କୋଠା ଛିଡା କରାଯିବ । ତାରକା ହୋଟେଲ  ଭଳି ସବୁ ସୁବିଧା ଖଞ୍ଜି ଦିଆଯିବ । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ  ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ  ପାଇଁ ସ୍ୱତନ୍ତ୍ର ଲାଉଞ୍ଜ୍‌ ରହିବ । ଏଭଳି  ଯୋଜନା କରିଛି ପୂର୍ତ୍ତ ବିଭାଗ । 

ପ୍ରସ୍ତାବିତ ନୂଆ ଓଡ଼ିଶା  ଭବନର ବିଲ୍ଡିଂ ୭ ମହଲା ବିଶିଷ୍ଟ  ହେବ । ନୂଆଦିଲ୍ଲୀର ନୀତିମାର୍ଗ ଚାଣକ୍ୟପୁରୀରେ ଏବେକାର ଓଡ଼ିଶା  ଭବନ ଅଛି। ଠିକ୍‌ ସେହି ଜାଗାରେ  ୪୦ କୋଟି ଟଙ୍କା ଖର୍ଚ୍ଚରେ ନୂଆ ବିଲ୍ଡିଂ  ତିଆରି କରାଯିବ । ଏଥିରେ ଦୁଇଟି  ବେସମେଣ୍ଟ୍‌କୁ ଛାଡ଼ି ୭ ମହଲା ବିଲ୍ଡିଂ ରହିବ। ଏବେ ଥିବା ପୁରୁଣା ବିଲ୍ଡିଂରେ  ବେସମେଣ୍ଟକୁ ଛାଡ଼ି ୪ ମହଲା ବିଶିଷ୍ଟ  ବିଲ୍ଡିଂ ଅଛି । ପ୍ରାୟ ୨୩୯୦ ବର୍ଗମିଟର  ବା ୨୫ ହଜାରରୁ ଅଧିକ ବର୍ଗଫୁଟ ଅଞ୍ଚଳ ଉପରେ ଓଡ଼ିଶା ଭବନ ରହିଛି ।  ଏଥିରେ ୨୫ଟି ସୁଟ୍‌ ବା କୋଠରୀ  ରହିଛି । ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯିବ । 

ପୁରୁଣା ବିଲ୍ଡିଂ ଭାଙ୍ଗିବା ପାଇଁ ପ୍ରାୟ ୩୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ପୂର୍ତ୍ତ ବିଭାଗ । ବିଲ୍ଡିଂକୁ ଭାଙ୍ଗିବାକୁ ପୂର୍ତ୍ତ  ବିଭାଗର ଡିଭିଜନ-୫ ଟେଣ୍ଡର ଆହ୍ୱାନ  କରି ସାରିଛି ବୋଲି ବିଭାଗ ସୂତ୍ରରୁ  ସୂଚନା ମିଳିଛି । ଟେଣ୍ଡର ପ୍ରକ୍ରିୟା  ସରିବାର ତିନି ମାସ ଭିତରେ ବିଲ୍ଡିଂକୁ  ଭାଙ୍ଗିବାକୁ ଲକ୍ଷ୍ୟ ରହିଛି । ପୁରୁଣା ବିଲ୍ଡିଂ  ଭଙ୍ଗା ସରିଲେ ତତ୍କାଳ ନୂଆ ବିଲ୍ଡିଂ କାମ  ଆରମ୍ଭ ହେବ । ଏଠାରେ ଅଧିକ ସୁଟ୍‌  ରହିବ । ଏଥିପାଇଁ ନୂଆ ବିଲ୍ଡିଂର ଥ୍ରୀ ଡି  ଡିଜାଇନ୍‌ ତିଆରି ଚାଲିଛି । ଡିଜାଇନକୁ  ଅନୁମୋଦନ ମିଳିଲେ ତୁରନ୍ତ ଟେଣ୍ଡର  ଆହ୍ୱାନ କରାଯିବ ବୋଲି ବରିଷ୍ଠ  ଅଧିକାରୀ ସୂଚନା ଦେଇଛନ୍ତି । 

ଏବେକାର ପୁରୁଣା ବିଲ୍ଡିଂର  ଷ୍ଟ୍ରକଚରାଲ ସେଫ୍ଟି ବା ନିର୍ମାଣ  ନିରାପତ୍ତା ଠିକ୍‌ ନାହିଁ ବୋଲି ୨୦୨୩ରେ  ଜଣାପଡ଼ିଥିଲା । ବିଲ୍ଡିଂରେ କିଛି ଫାଟ  ହେବା ପରେ ପୂର୍ତ୍ତ ବିଭାଗ କଲିକତାର  ଏକ ସଂସ୍ଥାକୁ ଷ୍ଟ୍ରକଚରାଲ ଷ୍ଟାବିଲିଟି ଟେଷ୍ଟ  ପାଇଁ ଦାୟିତ୍ୱ ଦେଇଥିଲା । ଏହି ସଂସ୍ଥା  ନିଜ ରିପୋର୍ଟରେ ଦର୍ଶାଇଥିଲା ଯେ,  ବିଲ୍ଡିଂକୁ ବେଶି ଦିନ ପାଇଁ ବ୍ୟବହାର  କରିବା ବିପଦଜ୍ଜନକ । ସର୍ବାଧିକ ୨ରୁ ୩  ବର୍ଷ ଭିତରେ ଏହାକୁ ଭାଙ୍ଗି ଦେବାକୁ  ରିପୋର୍ଟରେ ପରାମର୍ଶ ଦିଆଯାଇଥିଲା ।  ଗୃହ ବିଭାଗ ଅଧୀନରେ ଥିବା ଏହି  ଓଡ଼ିଶା ଭବନରେ କେବଳ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ମନ୍ତ୍ରୀ, ସାଂସଦ,  ବିଧାୟକ ଓ ବରିଷ୍ଠ ଅଧିକାରୀ  ପାହ୍ୟାର ବ୍ୟକ୍ତି ରହିପାରିବେ ବୋଲି ଗାଇଡଲାଇନ୍‌ ଅଛି ।

ସାଧାରଣ ଲୋକେ ଏଠାରେ ରହିପାରିବେନି । ଏଠାରେ  ଭିଭିଆଇପି ରହୁଥିବାରୁ ବିଲ୍ଡିଂର ନିରାପତ୍ତା ଦୃଷ୍ଟିରୁ  ତୁରନ୍ତ ବିଲ୍ଡିଂକୁ ଭାଙ୍ଗି ନୂଆ ବିଲ୍ଡିଂ ତିଆରି ପାଇଁ ଯୋଜନା  ହୋଇଛି । ପୂର୍ବ ସରକାରରେ ମଧ୍ୟ ବିଲ୍ଡିଂକୁ ଭାଙ୍ଗି ନୂଆ  ବିଲ୍ଡିଂ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । କିନ୍ତୁ  ପ୍ରସ୍ତାବିତ ବିଲ୍ଡିଂର ଡିଜାଇନ୍‌କୁ ନୂଆଦିଲ୍ଲୀ ମହାନଗର  ନିଗମ(ଏନଡିଏମସି) ଅନୁମୋଦନ କରିନଥିଲା ।  ଏଥିପାଇଁ ଏହି ଯୋଜନା ଆଗେଇ ପାରିନଥିଲା । ଏବେ ସମ୍ପୂର୍ଣ୍ଣ ନୂଆ ଡିଜାଇନ ତିଆରି ଚାଲିଛି ବୋଲି ପୂର୍ତ୍ତ  ବିଭାଗ ପକ୍ଷରୁ କୁହାଯାଇଛି । 

ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କର ୩ଟି  ସରକାରୀ ଅତିଥି ଭବନ ଓଡ଼ିଶା ଭବନ, ଓଡ଼ିଶା  ନିବାସ ଏବଂ ଓଡ଼ିଶା ସଦନ ରହିଛି । ୧୯୮୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ  ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ ।  ନୂଆଦିଲ୍ଲୀର ଚାଣକ୍ୟପୁରୀରେ ଓଡ଼ିଶା ଭବନ ସାମ୍ନାରେ ଓଡ଼ିଶା ନିବାସ ରହିଛି । କିନ୍ତୁ ଓଡ଼ିଶା ସଦନ ଦ୍ୱାରକାରେ ଅଛି । ନିୟମିତ ମରାମତି ହେଉଥିଲେ ବି ଏ ସବୁ ବିଲ୍ଡିଂର ଢାଞ୍ଚା ବହୁତ ପୁରୁଣା ହେଲାଣି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.