ପ୍ରମୂଖ ଖବର
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍‌...ଗରଗରା ପଡ଼ି ଉଠିଲା ପୋଲ ଗୟଳ, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଉଠିବ ଚାରିନାହାକା
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଇସ୍ରୋର ୟୁବିକା-୨୦୨୫ କାର୍ଯ୍ୟକ୍ରମରୁ ଫେରିଲେ ନବୋଦୟ ଛାତ୍ରୀ ମୁସ୍କାନ ସାହୁ; ପରିବାରରୁ ସ୍କୁଲ, ସବୁଠୁ ଛୁଟୁଛି ପ୍ରଶଂସାର ସୁଅ

Published By : Soubhagya Ranjan | June 5, 2025 4:09 PM

ବନ୍ତଳା,୦୫/୦୬: ଅନୁଗୋଳ ଜିଲ୍ଲା ଚମ୍ପତ୍ତି ମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମୁସ୍କାନ୍ ସାହୁ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ୱାରା ଆୟୋଜିତ ୟୂବିକା (ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ ୨୦୨୫) ରେ ସଫଳତାର ସହ ଭାଗ ନେଇ ଓଡ଼ିଶା ଫେରିଛନ୍ତି। ସୂଚନାଥାଉକି ଇସ୍ରୋ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବମ ଓ ଦଶମ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଦୁଇଟି ପର୍ଯ୍ୟାୟ ବିଶିଷ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ହିଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ଚଳିତ ବର୍ଷ ୨୮ ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୩୫୦ ଜଣ ଛାତ୍ର ଛାତ୍ରୀ ଇସ୍ରୋର ୭ ଟି କେନ୍ଦ୍ରରେ ଗତ ମେ ମାସ ୧୯ ତାରିଖ ରୁ ୩୦ ତାରିଖ ଯାଏ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। 

ଓଡ଼ିଶାରୁ ୯ ଜଣ ପ୍ରତିଯୋଗୀ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଜବାହର ନବୋଦୟ ବିଦ୍ୟାଳୟ, ଅନୁଗୋଳର ଛାତ୍ରୀ ମୁସ୍କାନ୍ ସାହୁ, ସତିଶ୍ ଧୱନ୍ ମହାକାଶ ଗବେଷଣା କେନ୍ଦ୍ର, ଶ୍ରୀହରିକୋଟା କେନ୍ଦ୍ରରେ ଯୋଗଦାନ କରିବା ସହ ଏହି କେନ୍ଦ୍ରର ନିର୍ଦ୍ଦେଶକ ଏ ରାଜରାଜନଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ । ନିଜ ପ୍ରତିକ୍ରିୟାରେ ମୁସ୍କାନ୍ କହିଛନ୍ତି ଯେ, 'ଏହି କାର୍ଯ୍ୟକ୍ରମର ଅଂଶଗ୍ରହଣ କରିବା ଏକ ଗୌରବର କଥା । ଏହି କାର୍ଯ୍ୟକ୍ରମରେ ମହାକାଶ ଗବେଷଣା, ରକେଟ ଉତକ୍ଷେପଣ, କୃତିମ ଉପଗ୍ରହର ଉପଯୋଗୀତା, ତାରକା ମଣ୍ଡଳର ଅନ୍ୱେଷଣ ଓ ଡ୍ରୋନ ସମ୍ବନ୍ଧୀୟ ଜ୍ଞାନ, ଭବିଷ୍ୟତରେ ନିଜର ବିଜ୍ଞାନ ଓ ପ୍ରଦ୍ୟୋଗିକ କ୍ଷେତ୍ରରେ ଆଗକୁ ବଢ଼ିବାରେ ସହାୟକ ହେବ।' 

ଛାତ୍ରୀଙ୍କର ଏହି କୃତିତ୍ବରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ଶଙ୍କର ବରାଳ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉନ୍ନତ ଭବିଷ୍ୟତର କାମନା କରିଛନ୍ତି । ତତ୍‌ସହିତ ମୁସ୍କାନଙ୍କ ବାପା ସଞ୍ଜୟ କୁମାର ସାହୁ ଏବଂ ମାଆ ମାନସୀ ପରିଡ଼ା ମଧ୍ୟ ଝିଅର କୃତ୍ତିତ୍ବରେ ଖୁସିବ୍ୟକ୍ତ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.