ଦେବଗଡ, ୦୭/୦୬: ଦେବଗଡ ଜିଲ୍ଲା କଳାମାଟି ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ହଳ ଲଙ୍ଗଳ ଧରି ଯାଉଥିବା ଜଣେ ଚାଷୀଙ୍କ ସହ ଗୋଟିଏ ବଳଦର ମୃତ୍ୟୁ ହୋଇଛି । ମୃତ ଚାଷୀ ହେଲେ ନିକଟସ୍ଥ ପୁଡାପଡା ଅଞ୍ଚଳର ଅଲ ମୁଣ୍ଡାଙ୍କର ୪୫ ବର୍ଷୀୟ ପୁଅ ସମ୍ବାରୁ ମୁଣ୍ଡା ।
ସୂଚନା ମୁତାବକ, ସମ୍ବାରୁ ଶନିବାର ଭୋର ସମୟରେ ହଳ ଲଙ୍ଗଳ ଧରି ଜମିକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଚାଷୀ ଏବଂ ୨ବଦଳଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟିବା ପରେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ସମ୍ବାରୁ ଓ ଦୁଇ ବଳଦ ରାସ୍ତାରେ ପଡ଼ିଥିଲେ। ଘଟଣାସ୍ଥଳରେ ସମ୍ବାରୁଙ୍କ ସହ ଗୋଟିଏ ବଳଦର ମୃତ୍ୟୁ ହୋଇଥିଲା । ଅନ୍ୟ ଏକ ବଳଦ ଗୁରୁତର ଆହତ ଅବସ୍ଥାରେ ପଡ଼ିରହିଥିଲା । ଘଟଣା ସମ୍ପର୍କରେ ଖବର ପାଇ ଦେବଗଡ଼ ଆଦର୍ଶ ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।