ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଭାଙ୍ଗିଗଲା ମେଟ୍ରୋ ସ୍ୱପ୍ନ ; ଡବଲ-ଇଞ୍ଜିନ୍ ସରକାର ଭୁବନେଶ୍ୱରକୁ ୧୦ ବର୍ଷ ପଛକୁ ଠେଲି ଦେଇଛନ୍ତି କହିଲେ ନବୀନ

Published By : Ankita S | July 28, 2025 9:08 AM

ଭୁବନେଶ୍ୱର,୨୮/୦୭: ଭୁବନେଶ୍ୱର ରେଳ ପ୍ରକଳ୍ପ କାର୍ଯ୍ୟାଦେଶକୁ ବାତିଲ୍ କରିଛନ୍ତି ରାଜ୍ୟ ସରକାର । ମେଟ୍ରୋ ପ୍ରକଳ୍ପ ବାତିଲ୍ ପ୍ରସଙ୍ଗରେ ରାଜନୈତିକ ଦଳଠାକୁ ଆରମ୍ଭ କରି ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଏ ନିଷ୍ପତ୍ତି ମୋତ ଆଶ୍ଚର୍ଯ୍ୟ କରିଛି । ଓଡ଼ିଶାବାସୀଙ୍କ ସହ ବିଶ୍ୱାସଘାତ ହୋଇଛି ।

ସୋସିଆଲ ମିଡ଼ିଆ ଏକ୍ସରେ ନବୀନ ପଟ୍ଟନାୟକ କହିଛନ୍ତି,'' ବିଜେପି ନେତୃତ୍ୱାଧୀନ ଓଡ଼ିଶା ସରକାର ଦ୍ୱାରା ଭୁବନେଶ୍ୱର ମେଟ୍ରୋ ରେଳ ଚୁକ୍ତିକୁ ବାତିଲ୍ କରାଯାଇଛି ଜାଣି ଆଶ୍ଚର୍ଯ୍ୟ ହେଲି । ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ସହରରେ ବିକଶିତ କରିବା ଆମର ସ୍ୱପ୍ନ ରହିଆସିଛି। ଆମେ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ମାର୍କି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ, ସୁଗମ ଆଧୁନିକ ପରିବହନ ପ୍ରଦାନ ଏବଂ ମନ୍ଦିର ସହରକୁ ଏକ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ଆଇଟି ଇକୋସିଷ୍ଟମ ବିକଶିତ କରିବା ଉପରେ ଧ୍ୟାନ ଦେଇ ଆସିଛୁ । ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ସହର ପରିବହନରେ ଥିବା ମୋ ବସ୍‌ ଏବଂ ଅନ୍ୟ ସଂଯୋଗୀକରଣ ସହର ଗତିପଥକୁ ନୂଆ ଆକାର ଦେଇଥାନ୍ତା । ଭିଡ଼କୁ ହ୍ରାସ କରିଥାନ୍ତା । ଆମେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ୨୦୨୭ ମସିହାର ସମୟସୀମା ସ୍ଥିର କରିଥିଲୁ।''

ଅଧିକ ପଢନ୍ତୁ...ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ସମସ୍ତ ପୁରୁଣା ଟେଣ୍ଡର ବାତିଲ, ଦିଲ୍ଲୀ ମେଟ୍ରୋ ଓ ସିଗାଲ ଇଣ୍ଡିଆ ସହ ହୋଇଥିଲା ଚୁକ୍ତି

ସେ ଆହୁରି କହିଛନ୍ତି, ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ଦ୍ୱାରା ଠିକାଦାରମାନଙ୍କୁ ଦିଆଯାଇଥିବା ନୋଟିସରୁ ଏବେ ଜଣାପଡୁଛି ଯେ, ଓଡ଼ିଶା ସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ବାତିଲ କରି ଦେଇଛନ୍ତି। ଡବଲ-ଇଞ୍ଜିନ୍ ସରକାର ମେଟ୍ରୋ ରେଳ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ବାତିଲ କରି ଓଡ଼ିଶାବାସୀଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । ଡବଲ ଇଞ୍ଜିନର ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ସହରକୁ ୧୦ ବର୍ଷ ପଛକୁ ଠେଲି ଦେବ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.