ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଯୁବଶକ୍ତିଙ୍କ ପ୍ରେରଣା ସ୍ବାମୀ ବିବେକାନନ୍ଦ; ଜୀବନ ରାସ୍ତାରେ ବଢିବାକୁ ବାଟ ଦେଖାଇଛି ବିଚାର

Published By : Ankita S | January 12, 2025 12:20 PM

ନୂଆଦିଲ୍ଲୀ,୧୨/୦୧: ଉଠ, ଜାଗ୍ରତ ହୁଏ... ଲକ୍ଷ୍ୟ ପ୍ରାପ୍ତି ନ ହେବା ଯାଏ ଅଟକି ରୁହନାହିଁ... ଦିନକୁ ଥରେ ନିଜ ସହ କଥା ହୁଅ, ନଚେନ ବିଶ୍ବର ଜଣେ ଜ୍ଞାନୀ ଲୋକଙ୍କୁ ଭେଟିବାରେ ବିଫଳ ହେବ । ମୋ ଦେଶ ଉପରେ ମୋର ବିଶ୍ବାସ ରହିଛି ବିଶେଷ କରି ମୋ ଦେଶର ଯୁବାଶକ୍ତି ଉପରେ ମୋର ଭରସା ଅଛି । ଏପରି ଚିନ୍ତାଧାରା ରଖୁଥିବା ମହାନ୍ ବ୍ୟକ୍ତିତ୍ବ ହେଉଛନ୍ତି ସ୍ବାମୀ ବିବେକାନନ୍ଦ । ଆଜି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ । ଏହି ଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ । ଦେଶ ନିର୍ମାଣରେ ସ୍ବାମୀ ବିବେକାନନ୍ଦଙ୍କ ଅବଦାନକୁ ମନେ ପକାଇବାକୁ ଏହି ଦିବସ ପାଳନ ହୋଇଥାଏ ।

ଜାତୀୟ ଯୁବ ଦିବସ- ଆଜି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ବା ଜାତୀୟ ଯୁବ ଦିବସ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ସ୍ବାମୀ ବିବେକାନନ୍ଦଙ୍କର ଜନ୍ମ ହୋଇଥିଲା । ତାଙ୍କ ପିଲା ଦିନ ନାମ ଥିଲା  ନରେନ୍ଦ୍ର ନାଥ ଦତ୍ତ । ବାପା ବିଶ୍ବନାତ ଦତ୍ତ ହାଇକୋର୍ଟରେ ଆଡଭକେଟ ଥିଲେ । ମାତା ଭୁବନେଶ୍ବରୀ ଗୃହିଣୀ ଥିଲେ । ମାଆଙ୍କ ଧାର୍ମିକ ଚିନ୍ତାଧାରା ତାଙ୍କୁ ପ୍ରଭାବିତ କରିଥିଲା ଯାହା ତାଙ୍କୁ ସାଧୁ କରିଥିଲା । ରାମକୃଷ୍ଣ ପରମ ହଂସଙ୍କ ପରମ ଶିଷ୍ୟ ଥିରେ ସ୍ବାମୀ ବିବେକାନନ୍ଦ । ଭାରତୀୟ ଇତିହାସରେ ବିବେକାନନ୍ଦ ଜଣେ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିତ୍ବ ଯିଏକି ବେଦାନ୍ତ ଓ ଯୋଗ ସମ୍ବଳିତ ହିନ୍ଦୁ ଦର୍ଶନର ପ୍ରଚାପ ପ୍ରସାର କରିଥିଲେ । ଦେଶ ନିର୍ମାଣରେ ସ୍ବାମୀ ବିବେକାନନ୍ଦଙ୍କ ଅବଦାନକୁ ମନେ ପକାଇ ୧୯୮୪ ମସିହାରୁ  ଜାନୁଆରୀ ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବେ ପାଳନ ହେଉଛି । ଉନବିଂଶ ଶତାଦ୍ଦୀରେ ହିନ୍ଦୁଧର୍ମକୁ ଏକ ପ୍ରମୁଖ ବିଶ୍ବ ଧର୍ମ ରୂପେ ଉପସ୍ଥାପନ କରିଥିଲେ ସେ । ତାଙ୍କ ନେତୃତ୍ବରେ ସାମାଜିକ ନ୍ୟାୟ ଓ ନାରୀଙ୍କ ନ୍ୟାୟ ପାଇଁ ଲଢେଇ ହୋଇଥିଲା । ସ୍ବାମୀଙ୍କ ଦର୍ଶନ ଓ ଶିକ୍ଷା ସମ୍ପର୍କରେ ୟୁବଶକ୍ତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ।

ଯୁବଶକ୍ତିଙ୍କ ପ୍ରେରଣା ସ୍ବାମୀ ବିବେକାନନ୍ଦ- ୧୮୯୦ ଦଶକରେ ବିବେକାନନ୍ଦ ଦେଶ ଭ୍ରମଣ କରି ଭାରତୀୟ ସମାଜ ଓ ଲୋକଙ୍କ ଜୀବନଶୈଳୀ, ସଂସ୍କୃତିକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଲୋକଙ୍କ ମଧ୍ୟରେ ବୈଷମ୍ୟ ଦେଖି ସେ ବୁଝିଥିଲେ ମନ୍ଦ ଭାବନାକୁ ଦୂର କରିଦେଲେ ଏକ ନୂଆ ଭାରତ ସୃଷ୍ଟି ହେବ । ଯୁବଶକ୍ତିଙ୍କ ପାଇଁ ପ୍ରେରଣା ଥିଲେ ସ୍ବାମୀ ବିବେକାନନ୍ଦ । ତାଙ୍କ ସ୍ଲୋଗାନ ଥିଲା- ''ଉଠ ଜାଗ୍ରତ ହୁଅ ଲକ୍ଷ୍ୟ ପ୍ରାପ୍ତି ନ ହେବା ଯାଏ ଅଟକ ନାହିଁ ।'' ୧୮୯୩ ମସିହାରେ ଆମେରିକାର ଚିକୋଗୋରେ ଆୟୋଜିତ ଧର୍ମ ସମ୍ମିଳନୀରେ ସେ ଭାରତକୁ ପ୍ରତିନିଧିତ୍ବ କରିଥିଲେ । ସେଠାରେ ମୋ ପ୍ରିୟ ଆମେରିକୀୟ ଭାଇ ଓ ଭଉଣୀ କହି ଅଭିଭାଷଣ ଆରମ୍ଭ କରିଥିଲେ । ଯାହା ଐତିହାସିକ ଥିଲା ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.