ନୂଆଦିଲ୍ଲୀ,୩୦/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆକ୍ସନ୍ ମୋଡରେ ରହିଛି ଭାରତ । ଯେକୌଣସି ମୁହୂର୍ତ୍ତରେ ପାକିସ୍ତାନ ବିରୋଧରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି କେନ୍ଦ୍ର ସରକାର । ଭାରତ-ପାକିସ୍ତାନ ଉପରେ ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । କେବଳ ଘୋଷଣାକୁ ଅପେକ୍ଷା । ଏହାରି ଭିତରେ ସୁରକ୍ଷା ପରାମର୍ଶଦାତା ବୋର୍ଡର ପୁନର୍ଗଠନ ହୋଇଛି । ପୂର୍ବତନ ରଏବଂଏଡବ୍ଲ୍ୟୁ ମୁଖ୍ୟ ଆଲୋକ ଯୋଶୀ ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।
ସୁରକ୍ଷା ସହ ଜଡ଼ିତ ୭ ପ୍ରମୁଖ ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ କମିଟି ଗଠନ ହୋଇଛି । ଏଥିରେ ପୂର୍ବତନ ୱେଷ୍ଟର୍ଣ୍ଣ କମାଣ୍ଡର ଏୟାର ମାର୍ଶଲ ପିଏମ୍ ସିହ୍ନା ରହିଛନ୍ତି । ସେହିପରି ପୂର୍ବତନ ଆର୍ମି କମାଣ୍ଡର ଲେପ୍ଟନାଣ୍ଟ ଜେନେରଲ ଏକେ ସିଂ ମଧ୍ୟ କମିଟିରେ ରହିଛନ୍ତି । ଅବସରପ୍ରାପ୍ତ ଆଡମିରାଲ ମଣ୍ଟି ଖାନ୍ନା ମଧ୍ୟ ନୂଆ କମିଟିରେ ସ୍ଥାନିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇପିଏସ ରାଜୀବ ରଞ୍ଜନ ବର୍ମା ଓ ମନମୋହନ ସିଂ ରହିଛନ୍ତି । ସେହିପରି ୭ ଜଣିଆ ପୁରର୍ଗଠନ ବୋର୍ଡରେ ଆଇଏଫଏସ ବି ଭେଙ୍କଟେଶ ବର୍ମା ମଧ୍ୟ ରହିଛନ୍ତି ।
The Government has revamped the National Security Advisory Board.
— ANI (@ANI) April 30, 2025
Former R&AW chief Alok Joshi has been appointed as its Chairman. Former Western Air Commander Air Marshal PM Sinha, former Southern Army Commander Lt Gen AK Singh and Rear Admiral Monty Khanna are the retired… pic.twitter.com/bMqOiIK9TC
NSAB କଣ କାମ କରେ? ଏନଏସଏବି ଏକ ମଲ୍ଟିଡିସିପ୍ଲିନାରୀ ବୋର୍ଡ । ଯେଉଁଥିରେ ସରକାରରେ ନଥିବା ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥାନ୍ତି । ଏହା ମୁଖ୍ୟ କାର୍ଯ୍ୟ ରାଷ୍ଟ୍ରୀୟ ସୁରକ୍ଷା ପରିଷଦକୁ ଦୀର୍ଘକାଳୀନ ବିଶ୍ଲେଷଣ ପ୍ରଦାନ କରିବା । ସେମାନଙ୍କ ଦ୍ୱାରା ଉଠାଯାଇଥିବା ମୁଦ୍ଦା ଉପରେ ସମାଧାନ ଏବଂ ତାହା ସହିତ ଜଡିତ ଅଲଗା ଅଲଗା ପ୍ଲାନ ନେଇ ପରାମର୍ଶ ଦେବା । ୨୦୧୮ ପରେ ଏହାକୁ ପରିବର୍ତ୍ତନ କରାଯାଇଛି । ଆଇପିଏସ ଓ ଆଇଏଫଏସ ପୃଷ୍ଠଭୂମି ସହ ଜଡିତ ସଦସ୍ୟଙ୍କୁ ସାମିଲ କରାଯାଇଛି ।
ଅନ୍ୟପଟେ ପହଲଗାମ ପ୍ରତିଶୋଧ ନେବାକୁ ଜୋରଦାର ପ୍ରସ୍ତୁତି କରୁଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ତୁହାକୁ ତୁହା ବୈଠକ ବସିଛି । ବ୍ୟାକ୍ଟୁ ବ୍ୟାକ ମିଟିଂ ହୋଇଛି । ଆଜି ପାକିସ୍ତାନ ବିରୋଧରେ ବଡ଼ ନିଷ୍ପତ୍ତି ଆସିପାରେ । ସେପଟେ ପାକିସ୍ତାନ ସୀମାରେ ଆଣ୍ଟି ଡ୍ରୋନ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି । ଆଣ୍ଟି ଡ୍ରୋନ୍ ମୁତୟନ ନେଇ ପଞ୍ଜାବ ସରକାର ଘୋଷଣା କରିଛନ୍ତି । ପାକିସ୍ତାନ ପଟୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚାଲାଣ ବନ୍ଦ ପାଇଁ ଏହି ପଦକ୍ଷେପ ନିଆଯାଇଛି । ପାକିସ୍ତାନୀ ଡ୍ରୋନ୍ ଦେଖିଲା ମାତ୍ରେ ଗୁଳିମାଡ କରିବାକୁ ନିର୍ଦ୍ଦେଶ ହୋଇଛି ।