ପ୍ରମୂଖ ଖବର
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଟ୍ରମ୍ପ ପ୍ରଶାସନର ମନମାନୀ, ବାଧ୍ୟ ହୋଇ ଚାକିରି ଛାଡ଼ିବେ ନାସାର ୩୮୭୦ କର୍ମଚାରୀ

Published By : Tapas Panda | July 26, 2025 6:32 PM

ନୂଆଦିଲ୍ଲୀ: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରୁ ୩,୮୭୦ ଜଣ କର୍ମଚାରୀ ଚାକିରି ହରାଇବେ। ସ୍ୱେଚ୍ଛାକୃତ ଇସ୍ତଫା କାର୍ଯ୍ୟକ୍ରମ ଅଧୀନରେ ଏହି କର୍ମଚାରୀମାନେ ଇସ୍ତଫା ଦେବାକୁ ଯାଉଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଖର୍ଚ୍ଚ କାଟ୍‌ କରିବାକୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହା ଅଧୀନରେ, କର୍ମଚାରୀମାନଙ୍କୁ ନାସାରୁ ବହିଷ୍କାର କରାଯିବା ପରିବର୍ତ୍ତେ ସ୍ୱେଚ୍ଛାକୃତ ଇସ୍ତଫା ଦେବାକୁ କୁହାଯାଇଛି । ଟ୍ରମ୍ପ ପ୍ରଶାସନର ସଂଘୀୟ କର୍ମଚାରୀ ସଂଖ୍ୟା ହ୍ରାସ କରିବାର ଲକ୍ଷ୍ୟ ପାଳନ କରିବା ପାଇଁ, ମହାକାଶ ଗବେଷଣା ସଂସ୍ଥା ନାସାର ଅଧିକାରୀମାନେ ଛଟେଇ ଏଡାଇବା ପାଇଁ ଇସ୍ତଫାର ରାସ୍ତା ଗ୍ରହଣ କରୁଛନ୍ତି । 

ବର୍ତ୍ତମାନ ନାସାରୁ ୩,୮୭୦ ଜଣ କର୍ମଚାରୀ ଇସ୍ତଫା ଦେଇଥିବା କୁହାଯାଉଛି । NASA  ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆବେଦନଗୁଡ଼ିକର ସମୀକ୍ଷା କରିବା ପରେ ଏହି ସଂଖ୍ୟା ପରିବର୍ତ୍ତନ ହୋଇପାରେ । କର୍ମଚାରୀମାନଙ୍କୁ ଚାକିରି ଛାଡିବା ପାଇଁ ଦୁଇଟି ସୁଯୋଗ ଦେଇଛି । ଉଭୟ ଇସ୍ତଫା କାର୍ଯ୍ୟକ୍ରମ ଏବଂ ପ୍ରାୟ ୫୦୦ କର୍ମଚାରୀ ସାଧାରଣ ଉପାୟରେ ଚାକିରି ଛାଡ଼ିବା ପରେ ନାସାରେ ରହିବେ ୧୪୦୦୦ କର୍ମଚାରୀ । ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ପରେ ନାସାରୁ ପ୍ରଥମ ପର୍ଯାୟ  ଇସ୍ତଫା କାର୍ଯ୍ୟକ୍ରମ ହୋଇଥିଲା । ଏହା ଏଲନ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ ଦ୍ୱାରା ପରିଚାଳିତ ଏକ ପ୍ରୟାସ ଥିଲା । ନାସା ଜୁନ୍ ଆରମ୍ଭରେ ଦ୍ୱିତୀୟ ପର୍ଯ୍ୟାୟ ଇସ୍ତଫା ଆରମ୍ଭ କରିଥିଲା । ଏହାର ଶେଷ ତାରିଖ ଜୁଲାଇ ୨୫ ଥିଲା । 

ଏଜେନ୍ସି କହିଛି ଯେ, ୩୦୦୦ କର୍ମଚାରୀ ଇସ୍ତଫା ଦେବାକୁ ସମ୍ମତି ଜଣାଇଛନ୍ତି ।  ଯାହା ମୋଟ କର୍ମଚାରୀଙ୍କ ସଂଖ୍ୟାର ୧୬.୪ ପ୍ରତିଶତ ।   ନାସା ତାର ବିବୃତ୍ତିରେ କହିଛି ଯେ, ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା । ଏକ ଅଧିକ ଦକ୍ଷ ସଂଗଠନ ହେବା ସହିତ, ଆମେ ଏହା ମଧ୍ୟ ସୁନିଶ୍ଚିତ କରୁଛୁ ଯେ, ଚନ୍ଦ୍ର ଏବଂ ମଙ୍ଗଳ ଭଳି ମିଶନ ପାଇଁ ଆମର କ୍ଷମତା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିବ । ବିଶେଷଜ୍ଞମାନଙ୍କ ମତରେ, କର୍ମଚାରୀଙ୍କ ସଂଖ୍ୟାରେ ଏତେ ବଡ଼ ହ୍ରାସ ନାସାର ଭବିଷ୍ୟତ ମିଶନକୁ କ୍ଷତି ପହଞ୍ଚାଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.