ପ୍ରମୂଖ ଖବର
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଗଠିତ ହେଲା ନବରଙ୍ଗପୁର ଜିଲ୍ଲା ନୋଟାରୀ ସଂଘ

Published By : Bijay Swain | June 1, 2025 6:31 PM

ନବରଙ୍ଗପୁର, ୧/୨(ଆପ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଜିଲ୍ଲାର ସମସ୍ତ ନୋଟାରୀଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ସଂଘ ଗଠନ କରାଯାଇଛି। ଜିଲ୍ଲାର ପ୍ରଥମ ନୋଟାରୀ ତଥା ଆଇନଜୀବୀ ଦିଲ୍ଲୀପ ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତୃପ୍ତି ଲଡ୍ଜ ସମ୍ମିଳନୀ ଗୃହରେ ଆୟୋଜିତ ଏହି ସଭାରେ ଜିଲ୍ଲାର ସମସ୍ତ ଅଞ୍ଚଳରୁ ଯୋଗ ଦେଇଥିବା ସଦସ୍ୟମାନେ ବିଭିନ୍ନ ସମସ୍ୟା ଓ ସଂଘ ଜରିଆରେ ସେଗୁଡ଼ିକର କିଭଳି ଭାବେ ପ୍ରତିକାର କରାଯିବ ସେ ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। 

ଜିଲ୍ଲାର ସମସ୍ତ ଅଞ୍ଚଳର ପ୍ରତିନିଧିତ୍ଵକୁ ଦୃଷ୍ଟିରେ ରଖି କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଦିଲ୍ଲୀପ ବେହେରା, ସମ୍ପାଦକ ଭାବେ ରାମ ପ୍ରସାଦ ପାତ୍ର, ଉପ-ସଭାପତି ଭାବେ ଶାନ୍ତନୁ ବାହିନୀପତି (ଉମରକୋଟ), ଦିବ୍ୟ ରଞ୍ଜନ ପାତ୍ର (ଡାବୁଗାଁ) ଓ ଖଲିଦ ଜିଲାନି (ଉମରକୋଟ), ଯୁଗ୍ମ ସମ୍ପାଦକ ଭାବେ ଅଶୋକ ପାଢ଼ୀ (ଉମରକୋଟ), ଅନୁପମା ଗନ୍ତାୟତ (ନବରଙ୍ଗପୁର) ଓ ରବୀନ୍ଦ୍ର ଜଗନ୍ନାଥ ନାୟକ (ତେନ୍ତୁଳିଖୁଣ୍ଟି), କୋଷାଧ୍ୟକ୍ଷ ଭାବେ ସନ୍ତୋଷ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁବାଷ ଚନ୍ଦ୍ର ପାଳ (ନବରଙ୍ଗପୁର) ଓ ରାଜେନ୍ଦ୍ର ସାହୁ, (ରାଇଘର) ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଉପଦେଷ୍ଟା କମିଟିର ସଦସ୍ୟ ଭାବେ ଗୋଦାବରୀ ଚନ୍ଦ୍ର ମହାପାତ୍ର (ଡାବୁଗାଁ), ଉମା ଶଙ୍କର ତ୍ରିପାଠୀ (ନବରଙ୍ଗପୁର), ସ୍ୱାଧୀନ ପଟ୍ଟନାୟକ (ପାପଡାହାଣ୍ଡି), କେ. ଚନ୍ଦ୍ର ଶେଖର ରେଡ୍ଡୀ (ନବରଙ୍ଗପୁର), ଝାଡ଼େଶ୍ୱର ମହାନ୍ତି (ଉମରକୋଟ), ତପନ ଦେବନାଥ (ଉମରକୋଟ) ଓ କୁଞ୍ଜ ବିହାରୀ ଦାଶ (କୋଷାଗୁମୁଡା) ଙ୍କୁ ମନୋନୀତ କରାଯାଇଥିଲା। 

ଏହି ସଭାରେ ସନ୍ତୋଷ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଓ ସମରେଶ ଗନ୍ତାୟତ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ। ସରୋଜ ବିଧାର, ମାନସ ତ୍ରିପାଠୀ, ମନୋହର ମହାନ୍ତି, କାଳୀ ପ୍ରସାଦ ନନ୍ଦ, ମହମ୍ମଦ ହୁସେନ, କୃଷ୍ଣ ଚନ୍ଦ୍ର ନନ୍ଦ, ପୁରୁଷୋତ୍ତମ ସାମନ୍ତ, ଜୟନ୍ତ ପାତ୍ର, ଦିଲ୍ଲୀପ ବିଷୋୟୀ, ମୀନାକ୍ଷୀ ପାଢ଼ୀ, ସନ୍ତୋଷ ନାୟକ, ଯଶୋବନ୍ତ ନାୟକ, ମିହୀର ଶଙ୍କର ପାତ୍ର ପ୍ରମୁଖ ଯୋଗଦେଇ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.