ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପାକିସ୍ତାନ ଯିବେନି ଶୌର୍ଯ୍ୟଚକ୍ର ସହିଦ ଯବାନ ମୁଦାସିର ଅହମ୍ମଦଙ୍କ ମା’, ଭାରତରେ ରହିବାକୁ ମିଳିଲା ଅନୁମତି

Published By : Prameya | April 30, 2025 10:41 AM

ଶ୍ରୀନଗର/ଜମ୍ମୁ, ୩୦/୦୪ : ପାକିସ୍ତାନ ଯିବେନି ଶୌର୍ଯ୍ୟଚକ୍ର ସହିଦ ଯବାନ ମୁଦାସିର ଅହମ୍ମଦଙ୍କ ମା’। ଶମିମା ଅଖ୍‌ତରଙ୍କୁ ଭାରତରେ ରହିବାକୁ ମିଳିଲା ଅନୁମତି। ଏନେଇ ତାଙ୍କ ପରିବାର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶମିମା ଅଖ୍‌ତରଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ହୋଇଥିଲା। ଏନେଇ ତାଙ୍କ ପରିବାର ଚିନ୍ତାରେ ଥିଲେ। ଏନେଇ ମୁଦାସିରଙ୍କ ଦାଦା ମହମ୍ମଦ ୟୁନୁସ କହିଥିଲେ ଯେ, ଭାଉଜ ଶମିମା ଅଖ୍‌ତର ୨୦ ବର୍ଷର ହୋଇଥିବା ବେଳେ ତାଙ୍କର ବିବାହ ମୋ ଭାଇ ମହମ୍ମଦ ମକସୁଦଙ୍କ ସହ ହୋଇଥିଲା । ସରକାର କେବଳ ପାକିସ୍ତାନୀଙ୍କୁ ହିଁ ପ୍ରତ୍ୟର୍ପଣ କରିବା ଆବଶ୍ୟକ । ପିଓକେ ତ ଆମ ଅଞ୍ଚଳ । 

ୟୁନୁସ କହିଥିଲେ ଯେ, ମୁଦାସିରଙ୍କ ମୃତ୍ୟୁ ପରେ ସରକାର ମରଣୋତ୍ତର ଶୌର୍ଯ୍ୟଚକ୍ର ଦେଇଥିଲେ। ସହିଦଙ୍କ ମା’ ବଡ଼ ଗର୍ବରେ ଏହି ସମ୍ମାନ ଗ୍ରହଣ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପୂରା ପରିବାର ସହ ସାକ୍ଷାତ କରିଥିଲେ। ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଦୁଇଥର ଭେଟିଥିଲେ । ସରକାର ତାଙ୍କ ପ୍ରତ୍ୟର୍ପଣ ଉପରେ ପୁନର୍ବିଚାର କରିବା ଆବଶ୍ୟକ। 

ପ୍ରକାଶିତ ରିପୋର୍ଟ ଅନୁସାରେ, କାଶ୍ମୀରରେ ରହୁଥିବା ୬୦ ପାକିସ୍ତାନୀ ନାଗରିକଙ୍କୁ ସେମାନଙ୍କ ଦେଶକୁ ପ୍ରତ୍ୟର୍ପଣ କରାଯାଉଛି । ଏମାନଙ୍କ ମଧ୍ୟରେ ଜମ୍ମୁକାଶ୍ମୀର ପୁଲିସର ସହିଦ ଯବାନ ମୁଦାସିର ଅହମ୍ମଦ ଶେଖଙ୍କ ମାଆ ବି ଥିଲେ । ଅଧିକାରୀଙ୍କ ମୁତାବକ, ମୁଦାସିରଙ୍କ ମାଆ ଶମିମା ଅଖ୍‌ତର ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ର ବାସିନ୍ଦା । ସେ ୪୫ ବର୍ଷ ହେଲା ଉରିରେ ରହିଆସୁଥିଲେ । ପାକିସ୍ତାନକୁ ପ୍ରତ୍ୟର୍ପଣ ହୋଇଥିବା ୬୦ ଲୋକଙ୍କ ମଧ୍ୟରେ ୩୬ ଶ୍ରୀନଗର, ୯ ବାରାମୂଲା ଓ କୁପୱାଡ଼ାରୁ ୯ ଜଣ ଅଛନ୍ତି । ସେହିଭଳି ବଡ଼ଗାମ୍‌ରୁ ୪ ଓ ସୋପିଆନ ଜିଲ୍ଲାରୁ ୨ ଜଣ ଅଛନ୍ତି । 


ଉଲ୍ଲେଖଯୋଗ୍ୟ, ୨୦୨୨ ମେ ୨୫ରେ ବାରାମୂଲାରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଏକ ଅପରେସନରେ ମୁଦାସିର ସହିଦ ହୋଇଥିଲେ । ତାଙ୍କ ସ୍ମୃତିରେ ବାରାମୂଲା ମୁଖ୍ୟ ଛକରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହାଛଡ଼ା ୨୦୨୨ ଜୁଲାଇରେ ମୁଦାସିରଙ୍କ ଭଉଣୀଙ୍କ ବିବାହ ଉତ୍ସବରେ ବରିଷ୍ଠ ସେନା ଅଧିକାରୀ ଯୋଗ ଦେଇଥିଲେ। ମୁଦାସିରଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ମିଳିଥିଲା । ୨୦୨୩ ମେ ମାସରେ ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ତାଙ୍କ ମାଆ ଶମିମା ପୁରସ୍କାର ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ସିଆରପିଏଫର ଯବାନ ମୁନୀର ଖାନଙ୍କ ପତ୍ନୀ ମୀନଲ ଖାନ ପାକିସ୍ତାନର ନିବାସୀ । ତାଙ୍କୁ ବି ଦେଶ ଛାଡ଼ିବାକୁ କୁହାଯାଇଛି । ମୁନୀର ଖାନ ଘରୋଟା ଅଞ୍ଚଳର ବାସିନ୍ଦା । ମଙ୍ଗଳବାର ସେ ପତ୍ନୀ ମୀନଲଙ୍କୁ ନେଇ ଅମୃତସର ଅଭିମୁଖେ ଯାଇଛନ୍ତି । ଏଠାରେ ଥିବା ଅଟ୍ଟାରୀ ସୀମା ଜରିଆରେ ତାଙ୍କ ପତ୍ନୀଙ୍କୁ ପାକିସ୍ତାନ ପ୍ରତ୍ୟର୍ପଣ କରାଯିବ । ମୁନୀରଙ୍କ ସହ ଅନ୍‌ଲାଇନ୍‌ରେ ମୀନଲଙ୍କର ବିବାହ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.