ପ୍ରମୂଖ ଖବର
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ସ୍କୁଟିକୁ ଧକ୍କା ଦେଲା ଟ୍ରକ : ମା’ ମୃତ, ଝିଅ ଗୁରୁତର

କଟକ, ୧୮।୨  କଟକ ପାରାଦ୍ଵୀପ ରାସ୍ତାର ନୂଆ ବଜାର ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟିକୁ ଏକ ଟ୍ରକ ଧକ୍କା ଦେବାରୁ ମା’ର ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ହୋଇଛି। 

ମାଆ ଓ ଝିଅ ଦୁହେଁ ସ୍କୁଟି ଯୋଗେ ଆସୁଥିବା ବେଳେ ନୂଆ ବଜାର ଛକ ନିକଟରେ  ଏକ ଟ୍ରକ ( ନଂ ଓଆର୦୫ୟୁ୧୭୩୭)   ଧକ୍କା ଦେବା ସହ ଦୁହିଁଙ୍କ ଉପରେ ଚଢ଼ି ଯାଇଥିଲା । ଏଥିରେ ମା’ ଓ ଝିଅ ଗୁରୁତର ହୋଇଥିଲେ। ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡିକାଲ କୁ ପଠାଯାଇଥିଲା।  ସେଠାରେ ମା’ର  ମୃତ୍ୟୁ ଘଟିଥିବା ବେଳେ  ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.