ନୂଆଦିଲ୍ଲୀ,୦୭/୧୨: ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଜାରି ରହିଛି । ଆଡିଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଖେଳାଯାଉଛି । ଏହି ମ୍ୟାଚରେ ମହମ୍ମଦ ସିରାଜ ଓ ମାର୍ନସ ଲାବୁସେନ ଲାଇମଲାଇଟକୁ ଆସିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ମହମ୍ମଦ ସିରାଜ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ସନ ଲାବୁସେନଙ୍କ ଉପରେ ରାଗିଥିବା ଦେଖିବାକୁ ମିଳିଛି । ତେବେ କାହିଁକି ରାଗିଲେ ସିରାଜ ।
ସ୍ପିଡୋମିଟର ଗ୍ଲିଚ ପାଇଁ ସିରାଜଙ୍କ ବଲର ବେଗ ଘଣ୍ଟାପ୍ରତି ୧୮୧.୬ କିମି ହୋଇଥିଲା । ଏହି ସମୟରେ ଏକ ଭିଡିଓ ଭାଇରାଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସିରାଜ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ଉପରେ ରାଗିଥିବାର ଦେଖିବାକୁ ମିଳିଛି । ଲାବୁସେନ ଷ୍ଟ୍ରାଇକରେ ଥିଲେ ଓ ସିରାଜ ବୋଲିଂ କରୁଥିଲେ । ସିରାଜ ରନଅପ ପୁରା କରି ବୋଲିଂ କରିବାକୁ ଥିଲେ ଅଚାନକ ଲାବୁସେନ କ୍ରିଜରୁ ହଟି ଯାଇଥିଲେ । ସିରାଜଙ୍କୁ ଅଟକିବାକୁ ଇସାରା ଦେଇଥିଲେ । ଲାବୁସେନଙ୍କ ଆଡକୁ ବଲ ଫୋପାଡିଥିବା ଦେଖିବାକୁ ମିଳିଥିଲା । ବଲ ଥ୍ରୋ କରିବା ସମୟରେ ସିରାଜ ରାଗିଥିବା ସ୍ପଷ୍ଟ ଜଣାପଡୁଥିଲା ।
Mohammad Siraj vs Marnus Labuschagne banter is bigger than BGT.pic.twitter.com/XG2mlTuJuq
— Sujeet Suman (@sujeetsuman1991) December 6, 2024
କ୍ରିଜରୁ କାହିଁକି ହଟିଲେ ଲାବୁସେନ- ବ୍ୟାଟିଂ ପାଇଁ ପ୍ରସ୍ତୁତ ଥିଲେ ଲାବୁସେନ । ତାଙ୍କ ସାମ୍ନାରେ ଥିବା ସାଇଟ ସ୍କ୍ରିନରେ କେହି ଜଣେ ବ୍ୟକ୍ତି ଚାଲି ଯାଇଥିଲେ । ଏହାକୁ ଦେଖି ଅଟକି ଯାଇଥିଲେ ଲାବୁସେନ । ସିରାଜଙ୍କୁ ବୋଲିଂ ନକରିବାକୁ ଇସାରା ଦେଇଥିଲେ ।