ନୂଆଦିଲ୍ଲୀ,୨୭/୦୬: ଭାରତୀୟ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଜର୍ମାନୀର ମ୍ୟୁନିକ ସ୍ଥିତ ଏକ ହସ୍ପିଟାଲ୍ରେ ସ୍ପୋର୍ଟ୍ସ ହାର୍ନିଆ ଅସ୍ତ୍ରୋପଚାର କରାଇଛନ୍ତି । ସେ ସୋସିଆଲ୍ ମିଡିଆ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ଏକ ଫଟୋ ଛାଡ଼ି ଏବିଷୟରେ ଜଣାଇଛନ୍ତି ।
ସେ ଲେଖିଛନ୍ତି, ମୁଁ ସ୍ପୋର୍ଟ୍ସ ହାର୍ନିଆ ଅସ୍ତ୍ରୋପଚାର କରାଇଛି । ଅସ୍ତ୍ରୋପଚାର ସଫଳ ହୋଇଛି । କ୍ରିକେଟ୍କୁ ମଇଦାନକୁ ଫେରିବାକୁ ଅପେକ୍ଷା କରିପାରୁନାହିଁ ।’ ସୂର୍ଯ୍ୟକୁମାର ଗତ ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେ ୧୬ଟି ଇନିଂସ୍ ଖେଳି ୭୧୭ ରନ୍ ସଂଗ୍ରହ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ସର୍ବାଧିକ ସ୍କୋରର ରହିଥିଲେ ।
ଗତ ଫେବ୍ରୁଆରୀ ମାସ ସେ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଖେଳିଥିଲେ । ଭାରତୀୟ ଦଳ ଆଗାମୀ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ସେତେବେଳକୁ ସୂର୍ଯ୍ୟକୁମାର ଫିଟ୍ ହୋଇସାରିଥିବେ ଏବଂ ଦଳର ନେତୃତ୍ୱ ନେବେ ।