ଆଳି,୧୭/୦୭: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ପ୍ରବାହିତ ଖରସ୍ରୋତା ଓ ତାର ଶାଖା କାଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ଧୋୟାଞ୍ଚଳର ୧୦ ପଞ୍ଚାୟତ ପ୍ରଭାବିତ ହୋଇଛି । ସପ୍ତାହେରୁ ଉର୍ଦ୍ଧ୍ୱ ହେବ ବନ୍ୟାଘେରରେ ଥିବା ଲୋକମାନଙ୍କ ସମସ୍ୟା ବୁଝିବା ନିମନ୍ତେ ଆଳି ବିଧାୟକ ବ୍ଳକ ପ୍ରଶାସନିକ ଅଧିକାରୀଙ୍କ ସହ ଧୋୟାଞ୍ଚଳ ଗସ୍ତ କରିଛନ୍ତି । ବିଧାୟକ ପ୍ରତାପ କେଶରୀ ଦେବଙ୍କ ସହ ଆଳି ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠୀ, ଏବିଡିଓ ସୁମନ୍ତ କୁମାର ବେହେରା, ବ୍ଳକ ସହକାରୀ ଯନ୍ତ୍ରୀ ପ୍ରଭାତ ପରିଡା, ମିହିର ଦାସ, ଏକ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରତିନିଧି କେଦାରନାଥ ବେହେରା, ସଂସିଧା ସରପଞ୍ଚ ଦୀପକ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କୁ ପୁଣି ଭେଟିଲେ...