ଆଳି,୧୭/୦୭: ବାଲେଶ୍ଵର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ସହିତ ଅନ୍ୟ ରାଜନୈତିକ ଦଳର ଆହ୍ୱାନ କ୍ରମେ ଗୁରୁବାର ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ଅର୍ଥାତ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ଏହି ବନ୍ଦ ଡାକରାର ପ୍ରଭାବ ଦେଖିବାରୁ ମିଳିଛି । ଆଳି ନୂଆବଜାର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ବ୍ୟାଙ୍କ ଭଳି ଅନୁଷ୍ଠାନକୁ ବନ୍ଦ ରଖାଯାଇଛି ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କୁ ପୁଣି ଭେଟିଲେ...