ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

Meerut Case: ମୀରଟ ହତ୍ୟା ମାମଲା; ସିସିଟିଭିରେ କଏଦ ସୈରଭଙ୍କ ଶେଷ ମୁହୂର୍ତ୍ତ

Published By : Bijay Swain | March 24, 2025 10:11 PM

Image Courtesy: indiatoday

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୀରଟରେ ଘଟିଥିବା ହତ୍ୟା ମାମଲାରେ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ନିକଟରେ ଜାରି ହୋଇଥିବା ଏକ ସିସିଟିଭି ଫୁଟେଜ୍‌ରେ ସୌରଭ ରାଜପୁତ ତାଙ୍କର ଜଣେ ସାଙ୍ଗଙ୍କ ସହିତ ବାଇକ୍‌ରେ ଖାଦ୍ୟ ଆଣିବା ପାଇଁ ଯାଉଥିବା ନଜରକୁ ଆସିଛନ୍ତି। ସୂଚନା ମୁତାବକ ମାର୍ଚ୍ଚ ୩ ତାରିଖ ରାତି ୧୧:୪୯ରେ ସୈରଭ ତାଙ୍କ ଘର ଗଳିରେ ପ୍ରବେଶ କରୁଥିବା ନଜରକୁ ଆସିଛନ୍ତି। ତେବେ ଏହାର କିଛି ସମୟ ପରେ ତାଙ୍କ ପତ୍ନୀ ମୁସ୍କାନ ରସ୍ତୋଗୀ ଓ ତା ପ୍ରେମିକ ସାହିଲ ଶୁକ୍ଲାଙ୍କ ଦ୍ୱାରା ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୋଲିସ ଦେଇଥିବା ସୂଚନା ଅନୁସାରେ, ସୌରଭଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରାଯାଇ ଏକ ପ୍ଲାଷ୍ଟିକ ଡ୍ରମ୍‌ରେ ଭର୍ତ୍ତିକରି ସିମେଣ୍ଟରେ ସିଲ୍‌ କରି ଦିଆଯାଇଥିଲା।

ସୌରଭ ରାଜପୁତ ନିକଟରେ ଲଣ୍ଡନରୁ ମୀରଟକୁ ଫେରିଥିଲେ। ସେ ଲଣ୍ଡନ ସ୍ଥିତ ଏକ ବେକେରୀରେ କାମ କରୁଥିଲେ। ୨୦୧୬ରେ ମୁସ୍କାନଙ୍କ ସହିତ ପ୍ରେମ ବିବାହ କରିଥିଲେ ସୌରଭ। ସେ ଗତ ତିନି ବର୍ଷ ଧରି ତାଙ୍କ ପତ୍ନୀ ଓ ପାଞ୍ଚ ବର୍ଷୀୟା ଝିଅ ସହିତ ମୀରଟ ସ୍ଥିତ ଏକ ଭଡ଼ା ଘରେ ରହୁଥିଲେ। ପୋଲିସ କହିଛି ଯେ, ମାର୍ଚ୍ଚ ୪ ତାରିଖରେ ସୌରଭଙ୍କୁ ଶେଷ ଥର ପାଇଁ ଦେଖା ଯାଇଥିଲା। ତେବେ ସେହି ଦିନ ହିଁ ତାଙ୍କୁ ହତ୍ୟା କରାଯାଇଥିଲା।

ସୂଚନା ମୁତାବକ, ମୁସ୍କାନ ଓ ସାହିଲ ଗତ ନଭେମ୍ବର ମାସରୁ ଏହି ହତ୍ୟାର ଯୋଜନା କରିଥିଲେ। ମାର୍ଚ୍ଚ ୪ ତାରିଖ ରାତିରେ ମୁସ୍କାନ ସୌରଭଙ୍କ ଖାଦ୍ୟରେ ସେଡେଟିଭ୍‌ ମିଶାଇ ତାଙ୍କୁ ଅଚେତ କରି ଦେଇଥିଲେ। ଏହାପରେ ସାହିଲ ଘଟଣାସ୍ଥଳରେ ପହଞ୍ଚିବା ସହ ଉଭୟେ ମିଶି ସୌରଭଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ପ୍ରଥମେ ସୌରଭଙ୍କ ହୃଦୟରେ ତିନିଥର ଛୁରା ମାଡ଼ ହୋଇଥିଲା। ପରେ ତାଙ୍କ ଗଳା କାଟି ଦିଆଯିବା ସହ ଶରୀରକୁ ଚାରି ଖଣ୍ଡରେ କାଟି ଦିଆଯାଇଥିଲା।

ହତ୍ୟା ପରେ ମୁସ୍କାନ ଓ ସାହିଲ ସୌରଭଙ୍କ ଶରୀରକୁ ଏକ ଡ୍ରମ୍‌ରେ ଭର୍ତ୍ତି କରି ସିମେଣ୍ଟ ଢାଳି ସିଲ୍‌ କରି ଦେଇଥିଲେ। ଏହାପରେ ଉଭୟେ ହିମାଚଳ ପ୍ରଦେଶର ମନାଲି, କସୋଲ ଓ ଶିମଲାକୁ ବୁଲିବାକୁ ଚାଲି ଯାଇଥିଲେ। ସୌରଭଙ୍କ ଫୋନ୍‌ରୁ ତାଙ୍କ ପରିବାରକୁ ମେସେଜ୍‌ ପଠାଇ ସେମାନେ ସନ୍ଦେହରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାର୍ଚ୍ଚ ୧୮ରେ ସୌରଭଙ୍କ ଭାଇ ବବଲୁ ତାଙ୍କୁ ଖୋଜି ନ ପାଇ ପୋଲିସର ଦ୍ୱାରସ୍ଥ ହେବାରୁ ଏହି ଅପରାଧ ସାମ୍ନାକୁ ଆସିଥିଲା।

ପୋଲିସ ମୁସ୍କାନ ଓ ସାହିଲଙ୍କୁ ଗିରଫ କରିଛି। ବର୍ତ୍ତମାନ ପାଇଁ ସେମାନଙ୍କୁ ଚୌଧୁରୀ ଚରଣ ସିଂ ଜିଲ୍ଲା ଜେଲ୍‌ରେ ନ୍ୟାୟିକ ହେପାଜତରେ ରଖାଯାଇଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସାହିଲ କଳା ଯାଦୁରେ ବିଶ୍ୱାସ କରୁଥିଲେ ଏବଂ ମୁସ୍କାନ ତାଙ୍କୁ ଏହି ହତ୍ୟା ପାଇଁ ଉତ୍ସାହିତ କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.