ପ୍ରମୂଖ ଖବର
  • ରଥଯାତ୍ରା ପରିଚାଳନା ଭକ୍ତ ଓ ଭଗବାନଙ୍କ ବଦଳରେ ଭିଆଇପି କେନ୍ଦ୍ରୀତ ଥିଲା : ଭକ୍ତ
  • ||
  • ଗଞ୍ଜାମ : ବ୍ରାହ୍ମଣିଆପଲ୍ଲୀ ଗାଁରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଶରଧାବଲି ଘଟଣାରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମୃତ ଭକ୍ତଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି
  • ||
  • ଶରଧାବାଲି ଅଘଟଣରେ ବଡ଼ ଆକ୍ସନ, ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି, ..IAS ଚଞ୍ଚଲ ରଣା ଏବଂ IPS ପିନାକ ମିଶ୍ରକୁ ମିିଳିଲା ଗୁରୁଦାୟିତ୍ବ
  • ||
  • ମୟୂରଭଞ୍ଜ : ମୋରଡାରେ ବନ୍ୟା ପରିସ୍ଥିତି: ପୋଲ ଉପରେ ଚାଲୁଛି ବନ୍ୟାଜଳ
  • ||
  • ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନୀତିଗତ ନିଷ୍ପତ୍ତି, ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ‘ଶିଶୁ ସେବିକା’
  • ||
  • ରାଜଧାନୀରେ ଡେଙ୍ଗୁର କାୟା ବିସ୍ତାର: ୧୦୦ ମୁହାଁ ରୋଗୀ ସଂଖ୍ୟା, ଜୁନ୍‌ରେ ସର୍ବାଧିକ ପଜିଟିଭ
  • ||
  • କେନ୍ଦୁଝର : ପାନ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ତାଲା ଭାଙ୍ଗି ନେଇଗଲେ ଦାମୀ ସାମଗ୍ରୀ
  • ||
  • ଶରଧାବାଲିରେ ତିନି ରଥ, ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତୀ, ଅପରାହ୍ନରେ ଆଡ଼ପ ପହଣ୍ଡି
  • ||
  • କିଏ ହେବେ ରାଜ୍ୟ ବିଜେପି ସଭାପତି ? ଆଜିଠୁ ତିନି ଦିନ ଚାଲିବ ନିର୍ବାଚନ ପ୍ରକ୍ରିୟା, ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ ପର୍ଯ୍ୟବେକ୍ଷକ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା, ଆଜି ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||
  • ରଥଯାତ୍ରାରେ ବିଭ୍ରାଟ; ଶରଧାବାଲିରେ ବଡ଼ ଧରଣର ଠେଲାପେଲା, ୩ ଶ୍ରଦ୍ଧାଳୁ ମୃତ
  • ||

ଡାଇରିଆକୁ ଡାକିଲାଣି ତାଳଦଣ୍ଡା, କେନାଲ୍‌ ପାଣିରେ ମେଡିକାଲ୍‌ ଆବର୍ଜନା

Published By : Harapriya Sethi | June 21, 2025 2:37 PM

କଟକ, ୨୧/୦୬: ଡାଇରିଆକୁ ନେଇ ପ୍ରଶାସନିକସ୍ତରରେ ତତ୍ପରତା ଲାଗିରହିଥିବା ବେଳେ ଏପଟେ ରୋଗକୁ ଡାକୁଛି ତାଳଦଣ୍ଡା କେନାଲ୍‌ । ସିଏମ୍‌ସିର ଅବହେଳା ମନୋଭାବ ପାଇଁ ଗୋଟିଏ ପଟେ କେନାଲ୍‌ ପାଣି ବିଷାକ୍ତ ହେଉଛି, ଅନ୍ୟପଟେ ଡ୍ରେନ୍‌ରୁ ବାହାରୁଥିବା ଭାସମାନ ଆବର୍ଜନା ଓ ପଙ୍କକୁ ଆଣି ରାସ୍ତା କଡ଼ରେ ଗଦା କରାଯାଉଛି । ସବୁଠୁ ବଡ଼ କଥା ହେଉଛି ଯେ, ଯେଉଁଠି ରାସ୍ତା କଡ଼ରେ ସିଏମ୍‌ସି ନିଜେ ଆବର୍ଜନା ପକାଇବା ଉପରେ କଟକଣା ସମ୍ପର୍କିତ ବୋର୍ଡ ଲଗାଇଛି ସେଠାରେ ସିଏମ୍‌ସି ଆବର୍ଜନା ଗଦା କରୁଥିବା ଦେଖିବାକୁ ମିଳିଛି । ଫଳରେ କେନାଲ୍‌ ରାସ୍ତା ଓ ପାଣି ଏବେ ସହରବାସୀଙ୍କ ପାଇଁ ବିପଦ ପାଲଟିଛି । 

ତାଳଦଣ୍ଡା କେନାଲ୍‌କୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ପ୍ରଶାସନର ଅବହେଳା ପାଇଁ ଏବେ ବିପର୍ଯ୍ୟସ୍ତ ହେବାକୁ ଲାଗିଛି । ରାସ୍ତାରୁ ନେଇ ପାଣି ସବୁକିଛି ନଷ୍ଟ ହେବାରେ ଲାଗିଛି । ତେବେ କେନାଲ୍‌ରେ ବାରମ୍ବାର ଆବର୍ଜନା ପକାଇବା ଉପରେ ରୋକ୍‌ ଲଗାଇବାକୁ ସିଏମ୍‌ସି ଲୁହା ବାଡ ଘୁରାଇ ଥିଲେ ମଧ୍ୟ ଏହା ସମ୍ଭବ ହୋଇପାରୁନି । ସବୁଠୁ ବଡ କଥା ହେଉଛି ଯେ, କେନାଲ୍‌ ପାଶ୍ୱର୍ରେ ଥିବା ବିଭିନ୍ନ ମେଡିକାଲ୍‌ରୁ ବାହାରୁଥିବା ଆବର୍ଜନା କେନାଲ୍‌ରେ ଭାସୁଥିବା ଦେଖିବାକୁ ମିଳିଛି । ଫଳରେ ଉକ୍ତ ପାଣିରୁ ନାକଫଟା ଗନ୍ଧ ବାହାରୁଛି । ଏମିତିକି ଉକ୍ତ ପାଣି ମଧ୍ୟ ବିଷାକ୍ତ ପାଲଟିଛି । ସେହିଭଳି ତାଳଦଣ୍ଡା କେନାଲ୍‌ ପାଶ୍ୱର୍ ତଥା ମାଲଗୋଦାମ ପଛ ପାଶ୍ୱର୍ରେ ଆବର୍ଜନା ଗଦାଇବାକୁ ନେଇ ପୂର୍ବରୁ ମାନ୍ୟବର ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ସିଏମ୍‌ସି ତାର ବାଡ ବୁଲାଇବା ସହିତ ସେଠାରେ ଆବର୍ଜନା ନ ପକାଇବାକୁ ବୋର୍ଡ ମଧ୍ୟ ଲଗାଇଛି । କିନ୍ତୁ ସିଏମ୍‌ସି ଦ୍ୱାରା ଡ୍ରେନ୍‌ରୁ ଭାସମାନ ଆବର୍ଜନା ଓ ପଙ୍କକୁ କାଢି ଆଣି ଟ୍ରାକ୍ଟର ଯୋଗେ ଏଠାରେ ଗଦା କରାଯାଉଛି । ଆବର୍ଜନା ଗଦା ହେବା ସହିତ ସେଥିରୁ ନିର୍ଗତ ପାଣି ଓ ପଙ୍କ ବର୍ଷା ପାଣିରେ ମିଶି ରାସ୍ତାରେ ଲହଡ଼ି ମାରୁଛି । ଯାହାଦ୍ୱାରା ଏବେ କେନାଲ୍‌ ରାସ୍ତାରେ ଯା’ଆସ କରିବା କଷ୍ଟସାଧ୍ୟ ହୋଇପଡୁଥିବା ସାଧାରଣ ଲୋକମାନେ ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.