ପ୍ରମୂଖ ଖବର
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ନୂଆପଡ଼ାରେ ମଣ୍ଡି ଅବ୍ୟବସ୍ଥା; ବର୍ଷାରେ ଭିଜୁଛି ରବି ଧାନ, ବିଜେଡିର ଆନ୍ଦୋଳନ ଚେତାବନୀ

Published By : Manash Sahoo | June 26, 2025 1:57 PM

ନୂଆପଡ଼ା,୨୬।୦୬: ବର୍ଷା ଋତୁ ଆରମ୍ଭ ହୋଇଗଲାଣି । ମଣ୍ଡିରେ ପଡ଼ିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ରବି ଧାନ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ   ସରକାର । ଚାଷୀଙ୍କ ଧାନ ନଉଠିଲେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି କହିଛି ବିଜେଡି । ଏନେଇ ଆଜି ନୂଆପଡ଼ା ଜିଲ୍ଲା ଖୁଣ୍ଟିଆ ସମ୍ମିଳନୀ କକ୍ଷରେ ବିଜେଡି ପାକ୍ସ ସଭାପତି ଏକ ସମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛନ୍ତି । ପାକ୍ସ ସଂଘ ସଭାପତି ରାଜେଶ ନିଗମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରେସ୍ ମିଟ୍‌ରେ ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ନୂଆପଡ଼ା ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ପାକ୍ସ ସଂଘର ଜିଲ୍ଲା ସମ୍ପାଦକ ଯୁବରାଜ ଜଗତ, ଭବାନୀପାଟଣା ଡିସିସିବି ବ୍ୟାଙ୍କ ଡାଇରେକ୍ଟର ମନୋଜ ସାହୁ, ପାକ୍ସ ସଭାପତି ଦିଲୀପ ନିର୍ମଲକର, ପ୍ରେମଲାଲ ନାଏକ, ଦେବୀପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । 

ଏହି ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ରବି ଧାନ ସଂଗ୍ରହରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେଡି କହିଛି । ଜିଲ୍ଲାରେ ରବି ଧାନ ସଂଗ୍ରହରେ ଆରମ୍ଭରୁ ଅବ୍ୟବସ୍ଥା ଦେଖା ଦେଇଛି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ମଣ୍ଡିରେ ୬୦ହଜାର କୁଇଣ୍ଟାଲ ଧାନ ପଡିରହିଛି । ଏବେ ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ଲଗାଣ ବର୍ଷାରେ ଚାଷୀଙ୍କ ଧାନ ଭିଜି ଗଜା ହେବାରେ ଲାଗିଛି । ଜଣେ ଚାଷୀଙ୍କ ଠାରୁ ମାତ୍ର ୨୮ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଏଭଳି ନୀତିକୁ ଜିଲ୍ଲା ବିଜେଡି ଓ ପାକ୍ସ ସଭାପତିମାନେ ବିରୋଧ କରିଛନ୍ତି । ଆଗାମୀ ଦିନରେ ଚାଷୀଙ୍କ ସମସ୍ତ ଧାନ ମଣ୍ଡିରୁ ନଉଠିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.