ମାଲକାନଗିରି, ୫/୧୧: ମାଲକାନଗିରି ଜିଲ୍ଲାର ୪ଜଣ ସାମ୍ବାଦିକ ତାମିଲନାଡୁର ରାମେଶ୍ୱରଙ୍କୁ ଦର୍ଶନ ପାଇଁ ଯାଉଥିବା ବେଳେ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରମାପୁରମ ନିକଟରେ ଟ୍ରକ୍କୁ ପଛରୁ ପିଟିଲା ବୋଲେରେ ଗାଡି। ଦୁର୍ଘଟଣାରେ ଯୁବ ସାମ୍ବାଦିକ ବିଦ୍ୟୁତ ବୈରାଗୀ ଗୁରୁତର ଥିବା ବେଳେ ସୌରଭ ମଣ୍ଡଳ , ପ୍ରଶାନ୍ତ କୁମାର ସାହୁ , ରାଜେଶ ଓଝା ସାମନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସମସ୍ତ ସାମ୍ବାଦିକ ଚିକିତ୍ସା ଜାରି ରହିଛି।
ସୂଚନା ଯୋଗ୍ୟ ଯେ ଗତ ଶନିବାର ଦିନ ମାଲକାନଗିରି ଜିଲ୍ଲା କାଲିମେଳା ଓ ପଡିଆ ବ୍ଲକର ୪ଜଣ ଯୁବ ସାମ୍ବାଦିକ ଏକ ନୂଆ ବୋଲେରୋ ଗାଡ଼ିରେ ପ୍ରସିଦ୍ଧ ତିରୁପତି ଠାକୁର ଦର୍ଶନରେ ଯାଇଥିଲେ। ସେଠାରୁ ଦର୍ଶନ ସାରି ସୋମବାର ଦିନ ତାମିଲନାଡୁ ରାମେଶ୍ୱର ଠାକୁର ଦର୍ଶନ ପାଇଁ ବାହାରିଥିଲେ। ସେମାନେ ତାମିଲନାଡୁ ରାମନାପୁରମ ନିକଟରେ ଆଜି ଭୋରୁ ପହଁଚି ଥିଲେ। ରମେଶ୍ୱର ପହଁଚିବା ପାଇଁ ଆଉ ମାତ୍ର ୧୫ରୁ ୨୦କିଲୋମିଟର ଦୂର ରାସ୍ତା ଥିଲା। ଏହି ସମୟରେ ଆଗରେ ଏକ ଟ୍ରକ ଯାଉଥିଲା, ହଠାତ୍ ଟ୍ରକଟି ଅଟକି ଯିବାରୁ ପଛରେ ଯାଉଥିବା ସାମ୍ବାଦିକମାନଙ୍କ ବୋଲେରୋ ଗାଡିଟି ଟ୍ରକପଛରେ ପିଟିହୋଇ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୪ ଜଣ ସାମ୍ବାଦିକ ଆହତ ହୋଇଛନ୍ତି। ସାମ୍ବାଦିକ ମାନଙ୍କ ମୁଣ୍ଡ, ପିଠି, ଛାତି, ମୁହଁ, ହାତ, ଗୋଡରେ ଆଘାତ ଲାଗିଛି। ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ,ସ୍ଥାନୀୟ କିଛି ସାମ୍ବାଦିକ ଓ ପୁଲିସ ପହଁଚି ସମସ୍ତ ଆହତ ମାନଙ୍କୁ ନିଜଟସ୍ଥ ରାମନାଡ଼ ମେଡିକାଲକଲେଜକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇ ଚିକିତ୍ସା କରିଛନ୍ତି।ସମସ୍ତ ସାମ୍ବାଦିକ ବିପଦ ମୁକ୍ତ ଥିବାର ଡାକ୍ତର କହିଛନ୍ତି। ବିଦ୍ୟୁତ ବୈରାଗୀଙ୍କର ମୁହଁ ଥୋଡୀ ଫାଟି ଯାଇଥିବାରୁ ତାଙ୍କର ଅପରେସନ ପାଇଁ ତାମିଲନାଡୁ ମଦୁରାଇ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।
ମାଲକାନଗିରି ବିଧାୟକ ନରସିଂହ ମାଡକାମି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କ ସହ ଆଲୋଚନା କରି ଆହତ ୪ ସାମ୍ବାଦିକଙ୍କ ସମସ୍ତ ତଥ୍ୟ ମଧ୍ୟ ପ୍ରଦାନ କରି ସହିତ ମାଲକାନଗିରି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେଵା ସହ ନିଜଘରକୁ ଫେରିବାର ବ୍ୟବସ୍ଥା କରିବା ନିମନ୍ତେ ଅନୁରୋଧ କରିଛନ୍ତି।