ମାଲକାନଗିରି୧୨/୬ ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଵିକଶିତ ଭାରତର ଅମୃତ କାଳ, ସେବା, ସୁଶାସନ, ଗରିବ କଲ୍ୟାଣରେ ୧୧ ବର୍ଷ ଓ ଓଡ଼ିଶା ସରକାରଙ୍କ ଗତ ଏକ ବର୍ଷର ବିକାଶମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ୧୧ ବର୍ଷରେ ଦେଶର ଅର୍ଥନୀତି, ସାମାଜିକ ଓ ଭିତ୍ତିଭୂମି ବିକାଶରେ ଅବଦାନ ଉପରେ ଆଲୋଚନା କରା ଯାଇଥିଲା।
ଜିଲ୍ଲା ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ସମ୍ମାନୀତ ଅତିଥି ଭବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଓ ମାଲକାନଗିରି ଜିଲ୍ଲା ପ୍ରଭାରୀ ପୂର୍ଣ୍ଣିମା ନାୟକ ଯୋଗ ଦେଇ ଓଡ଼ିଶା ସରକାରଙ୍କ ଗତ ଏକ ବର୍ଷରେ ବିକାଶ ଓ ଜନକଲ୍ୟାଣ ଯୋଜନା-କେନ୍ଦ୍ର ସରକାରଙ୍କ୧୧ ବର୍ଷରେ ଦେଶର ଅଗ୍ରଗତି, ମାଲକାନଗିରି ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ଯୋଜନାର ପ୍ରଭାବ ଏବଂ ଭବିଷ୍ୟତ ଜନସାଧାରଣଙ୍କ ମତାମତ ମାଧ୍ୟମରେ ସ୍ଥାନୀୟ ବିକାଶକୁ ସୁଦୃଢ଼ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ବିଜେପି ନେତା ସଞ୍ଜୟ ସରକାର, ନିହାର ରାୟ, ମାଣିକ ଲାଲ ଚକ୍ରବର୍ତ୍ତୀ, ଜଗଦୀଶ ତ୍ରିପାଠୀ, ବିଜୟ ମହାରଣା ପ୍ରମୁଖ ବିଜେପି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।