ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିୟରରେ ବଡ଼ ଦୁର୍ଘଟଣା, ଅବତରଣ ବେଳେ ସମୁଦ୍ରରେ ଖସିଲା ଲଢ଼ୁଆ ବିମାନ

Published By : Tapas Panda | May 7, 2025 10:31 PM

Image Courtesy: indiatv

ନୂଆଦିଲ୍ଲୀ: ଲୋହିତ ସାଗରରେ ଆମେରିକୀୟ ଯୁଦ୍ଧପୋତ ୟୁଏସଏସ ହ୍ୟାରି ଏସ ଟ୍ରୁମ୍ୟାନ ଉପରେ ଅବତରଣ କରୁଥିବା ଏକ ଏଫ/ଏ-୧୮ ଲଢୁଆ ବିମାନ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ପରେ ବିମାନରେ ଥିବା ଦୁଇ ପାଇଲଟଙ୍କୁ ବିମାନରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବୁଧବାର ଆମେରିକୀୟ ପ୍ରତିରକ୍ଷା ଅଧିକାରୀମାନେ ଏପିକୁ ଏହି ସୂଚନା ଦେଇଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଘଟଣାଟି ମଙ୍ଗଳବାର ଘଟିଥିଲା। ବିମାନରେ ଥିବା ପାଇଲଟମାନଙ୍କୁ ପରେ ଏକ ହେଲିକପ୍ଟର ସାହାଯ୍ୟରେ ସମୁଦ୍ରରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

ଏହି ଘଟଣାରେ ସେମାନଙ୍କୁ ସାମାନ୍ୟ ଆଘାତ ଲାଗିଛି। ଏହି ଘଟଣାରେ ଟ୍ରୁମ୍ୟାନରେ ଥିବା କର୍ମଚାରୀମାନେ ଆହତ ହୋଇ ନାହାଁନ୍ତି। ଆମେରିକାର ବିମାନ ବାହକ ଜାହାଜକୁ ଲାଲ ସାଗରରେ ମୁତୟନ କରାଯାଇଛି।  କାରଣ ଏହିଠାରୁ ଆମେରିକା ହାଉତି ବିଦ୍ରୋହୀମାନଙ୍କୁ ଟାର୍ଗେଟ କରୁଛି । 

ଅଧିକାରୀ ଜଣଙ୍କ କହିଛନ୍ତି ଯେ, ବିମାନ ଅବତରଣ କରିବା କୌଣସି ଉପକରଣରେ ସମସ୍ୟା ଯୋଗୁଁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆରେଷ୍ଟମେଣ୍ଟ ଡିଭାଇସଗୁଡ଼ିକ ହେଉଛି କୌଣସି ଜିନିଷର ଗତିକୁ ତୁରନ୍ତ ବନ୍ଦ କରିବା ପାଇଁ ଡିଜାଇନ୍ କରାଯାଇଥିବା ସିଷ୍ଟମ୍ । ଯାହା ପ୍ରାୟତଃ ବିମାନ ବାହକମାନଙ୍କରେ ବିମାନକୁ ଧୀର କରିବା କିମ୍ବା ଉଚ୍ଚତାରୁ ଖସିବାରୁ ରୋକିବା ପାଇଁ ବ୍ୟବହୃତ ହୁଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.