ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଭାରତୀୟଙ୍କ ଭ୍ରମଣ ଯୋଜନା ବ୍ୟାହତ;୨୦ ବିମାନବନ୍ଦର ବନ୍ଦ, ୨୦୦ ବିମାନ ବାତିଲ

Published By : prameya | May 8, 2025 8:08 AM

ନୂଆଦିଲ୍ଲୀ,୦୮/୦୫: ପାକିସ୍ତାନ ଉପରେ ଏୟାର୍‌ଷ୍ଟ୍ରାଇକ୍‌ ପରେ ଭାରତ ୭ ରାଜ୍ୟର ପ୍ରାୟ ୨୦ଟି ବିମାନବନ୍ଦରରେ ବିମାନ ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏସବୁ ବିମାନବନ୍ଦରଗୁଡ଼ିକ ମଧ୍ୟରେ ରହିଛି ଶ୍ରୀନଗର, ଜମ୍ମୁ, ଲେହ, ଅମୃତସର, ଚଣ୍ଡିଗଡ, ସିମ୍‌ଲା, କୁଲ୍ଲୁ, ଧର୍ମଶାଳା, ବିକାନେର, ଯୋଧପୁର, ଭୂଜ, କିଶନ୍‌ଗଡ଼, ଗ୍ୱାଲିୟର, କାଣ୍ଡ୍‌ଲା, ଆଦମ୍‌ପୁର, ହିନ୍‌ଡନ୍‌, ବରେଲି ଏବଂ ଜାମ୍‌ନଗର ଇତ୍ୟାଦି । ଏସବୁ ବିମାନବନ୍ଦର ପାକିସ୍ତାନ ସୀମାକୁ ଲାଗିଛି । ଏୟାର୍‌ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍‌ଜେଟ୍‌, ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ, ଆକାଶା ଏବଂ କିଛି ବିଦେଶୀ ଏୟାର୍‌ଲାଇନ୍ସ ପ୍ରାୟ ୨୦୦ ବିମାନ ବାତିଲ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଏୟାର୍‌ ଇଣ୍ଡିଆ ୯ଟି ସହର ପାଇଁ ସମସ୍ତ ଉଡ଼ାଣକୁ ମେ’ ୧୦ ସକାଳ ୫.୨୯ ଯାଏ ରଦ୍ଦ କରିଛି । ଏହି ସହରଗୁଡ଼ିକ ହେଲା ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୂଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟ । 

ସେହିଭଳି ଇଣ୍ଡିଗୋ ୧୧ ସହର ପାଇଁ ଏହାର ସମସ୍ତ ବିମାନକୁ ମେ’ ୧୦ ସକାଳ ୫.୨୯ ଯାଏ ରଦ୍ଦ କରିଦେଇଛି । ଏହି ସହରଗୁଡ଼ିକ ହେଲା ଜମ୍ମୁ, ଶ୍ରୀନଗର, ଅମୃତସର, ଲେହ, ଚଣ୍ଡିଗଡ, ଧର୍ମଶାଳା, ବିକାନେର, ଯୋଧପୁର, ଗ୍ୱାଲିୟର, କିଶନ୍‌ଗଡ଼ ଏବଂ ରାଜକୋଟ । ଇଣ୍ଡିଗୋ ମେ’ ୧୦ ପର୍ଯ୍ୟନ୍ତ ଏହାର ୧୬୫ଟି ଘରୋଇ ବିମାନକୁ ବାତିଲ କରିଛି । ଏୟାର୍‌ଲାଇନ୍ସ ପ୍ରତି ଦିନ ପ୍ରାୟ ୨୨୦୦ ବିମାନ ଉଡ଼ାଣ କରିଥାଏ । ଦିଲ୍ଲୀ ବିମାନ ବନ୍ଦରରେ ଭିନ୍ନ ଭିନ୍ନ ଏୟାର୍‌ଲାଇନ୍ସଗୁଡ଼ିକର ୨୦ଟି ବିମାନ ବାତିଲ ହୋଇଥିବା ଜଣାପଡ଼ିଛି । ଏପ୍ରିଲ ୨୨ରେ କାଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କବାଦ ହମ୍‌ଲାର ୧୫ ଦିନ ପରେ ଭାରତ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ଆଡ୍ଡାସ୍ଥଳରେ ଏୟାର୍‌ଷ୍ଟ୍ରାଇକ୍‌ କରିଥିଲା । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜମ୍ମୁ କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର କେତେକ ଜିଲ୍ଲାରେ ସ୍କୁଲ୍‌ ବନ୍ଦ କରାଯାଇଛି । କର୍‌ତାରପୁର କରିଡର୍‌କୁ ବି ବନ୍ଦ କରିଦିଆଯାଇଛି । ଏଠାରୁ ଶିଖ୍‌ ଶ୍ରଦ୍ଧାଳୁମାନେ ପାକିସ୍ତାନର କର୍‌ତାରପୁର ସାହିବ ଦର୍ଶନ କରିବାକୁ ଯାଇଥାନ୍ତି । 

ସେପଟେ ଅପରେଶନ ସିନ୍ଦୁର ପରେ ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମ୍ରିତସର, ଭୂଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟ ଭଳି ସ୍ଥାନକୁ ବିମାନ ଉଡ଼ାଣ ବାତିଲ ହେବା ପରେ ଭାରତୀୟଙ୍କ ଭ୍ରମଣ ଯୋଜନା ପ୍ରଭାବିତ ହୋଇଛି । ଟ୍ରାଭେଲ କମ୍ପାନିଙ୍କ କହିବାନୁସାରେ, ସେମାନେ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି । ଘରୋଇ ଯାତ୍ରୀଙ୍କ ସହ ବିଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ଟ୍ରାଭେଲ ପ୍ଲାନ୍‌ ମଧ୍ୟ ପ୍ରଭାବିତ ହୋଇଛି । ଏସ୍‌ଟିଆଇସି ଟ୍ରାଭେଲ୍‌ର ଅଧ୍ୟକ୍ଷ ତଥା ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସର ସିଭିଲ୍‌ ଆଭିଏସନ୍‌ ଓ ଟୁରିଜମ କମିଟି ଅଧ୍ୟକ୍ଷ ସୁବାଷ ଗୋୟଲ କୁହନ୍ତି, ବର୍ତ୍ତମାନ ସ୍ଥିତିରେ ଘରୋଇ ସମର୍‌ ବୁକିଂ ପ୍ରଭାବିତ ହେବ । ତତ୍କାଳ ବିମାନବନ୍ଦର ବନ୍ଦ ଯୋଗୁ ନୁହେଁ ବରଂ ସ୍ଥିତି ଯାହା ରହିଛି ସେଥିପାଇଁ ଲୋକେ ଭ୍ରମଣ କରିବାକୁ ଡରିବେ । 

ବିଦେଶ ଭ୍ରମଣ ବୁକିଂକୁ ନେଇ ବର୍ତ୍ତମାନ ପ୍ରଭାବ ଦେଖାଯାଉନାହିଁ କିନ୍ତୁ ଆଗକୁ ଏହା ବି ପ୍ରଭାବିତ ହୋଇପାରେ ବୋଲି ଗୋୟଲ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ମେ’ ୭ରେ ସତର୍କ କରି କହିଛି ଯେ, ଆମେରିକା ନାଗରିକ ବର୍ତ୍ତମାନ ପାଇଁ ଜମ୍ମୁ କାଶ୍ମୀର ଭ୍ରମଣରୁ ଦୂରେଇ ରହିବା ଉଚିତ । ତେବେ ଯୁଦ୍ଧ ସ୍ଥିତିରେ ବିଦେଶୀ ନାଗରିକମାନେ ଭାରତକୁ ଆସିବାକୁ କୁଣ୍ଠାବୋଧ କରିବା ସ୍ୱାଭାବିକ । କକ୍ସ ଆଣ୍ଡ୍‌ କିଙ୍ଗ୍‌ସର ନିର୍ଦ୍ଦେଶକ କରନ ଅଗ୍ରୱାଲ କହିଛନ୍ତି ଯେ, ଭୁ-ରାଜନୈତିକ ଅସ୍ଥିରତା ବେଳେ ପର୍ଯ୍ୟଟକ ତଥା ଭ୍ରମଣକାରୀମାନେ ନିଜ ନିଜ ଟ୍ରାଭେଲ ପ୍ଲାନ୍‌କୁ ବ୍ୟବସ୍ଥିତ କରିବା ଉଚିତ । କାଶ୍ମୀର, ଜମ୍ମୁ, ଲେହ ଏବଂ ଅମ୍ରିତସର ଭଳି ସ୍ଥାନକୁ ଅନାବଶ୍ୟକ ଯାତ୍ରା କରନ୍ତୁ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.