ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

'ଅନଲାଇନରେ ବିକ୍ରି ହେବନି ମହାପ୍ରସାଦ; ଶ୍ରୀମନ୍ଦିର ଆସି ପ୍ରସାଦ ପାଇବେ ଭକ୍ତ'

Published By : Rasmita Pradhan | August 11, 2025 2:59 PM

ଭୁବନେଶ୍ଵର, ୧୧/୦୮: ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର। ଭାରତର ଅନ୍ୟ ମନ୍ଦିର ତୁଳନାରେ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତା ଓ ମାନ୍ୟତା ସମ୍ପୂର୍ଣ୍ଣ ଅଲଗା । କିଛି ଦିନ ତଳେ କିଛି ସଂସ୍ଥା ମହାପ୍ରଭୁଙ୍କ ଶୁଖିଲା ଭୋଗ ଏବଂ ମହାପ୍ରସାଦ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ଯଦିଓ ମହାପ୍ରସାଦ ଦେଶ ବିଦେଶରେ ଭକ୍ତଙ୍କ ପାଖରେ ପହଞ୍ଚିବା ସୁବିଧା ହେବ । କିନ୍ତୁ ମହାପ୍ରସାଦର ପବିତ୍ରତା ଦୃଷ୍ଟି କୋଣରୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏ ପ୍ରସ୍ତାବରେ ରାଜି ହୋଇନାହାନ୍ତି। 

ଆଇନ ମନ୍ତ୍ରୀ କହିଛନ୍ତି, ଅନଲାଇନରେ ମହାପ୍ରସାଦ ଦିଆଗଲେ, ତାର ପବିତ୍ରତା ଅକ୍ଷୁର୍ଣ୍ଣ ରଖି ପାରିବ ନାହିଁ ବୋଲି ସନ୍ଦେହ ରହିଛି । ତେଣୁ ମନ୍ଦିର ପ୍ରଶାସନ ଏବଂ ସରକାର ଅନଲାଇନ ମହାପ୍ରସାଦ ବିକ୍ରିକୁ ନେଇ ସହମତ ନାହାନ୍ତି। ସମସ୍ତ ଭକ୍ତଙ୍କୁ ଅନୁରୋଧ, ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇବାର ସୌଭାଗ୍ୟ ପାଆନ୍ତୁ । ମହାପ୍ରସାଦ ଅନଲାଇନ ବିତରଣ ହେଉନାହିଁ । ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ସେଥିରେ ସରକାର ରାଜି ନାହାନ୍ତି । ଅନ୍ୟ ମନ୍ଦିର ପ୍ରଶାସନକୁ ଅନୁରୋଧ ଯେ, ମନ୍ଦିର ପ୍ରସାଦକୁ ଅନଲାଇନରେ ହୋଟେଲ ଖାଦ୍ୟ ଭଳି ବିତରଣ କରନ୍ତୁ ନାହିଁ । ମନ୍ଦିର ଆସି ପ୍ରସାଦ ପାଇବା ହିନ୍ଦୁ ମନ୍ଦିରର ରୀତିନୀତି । ଅନ୍ୟପଟେ ଖୁବଶୀଘ୍ର ଅଭଡ଼ା ଦର ରେଟ ଚାର୍ଟ ଲାଗୁ କରାଯିବ। ଏ ବାବଦରେ ବୈଠକ ସରିଛି ବୋଲି ମନ୍ତ୍ରୀ କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.