ନୂଆଦିଲ୍ଲୀ,୧୧/୦୮: ଏୟାର ଇଣ୍ଡିଆ ବିମାନ ହେଲା ଡାଇଭର୍ଟ । ମଝି ଆକାଶରେ ୨ ଘଣ୍ଟା ଚକ୍କର କାଟିଲା । କଂଗ୍ରେସ ସଚିବ କେସି ବେଣୁଗୋପାଳଙ୍କ ସମେତ ଅନେକ ସାଂସଦଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ୨୪୫୫ରେ ଯାନ୍ତ୍ରିକ ତ୍ରୁଟି ସହ ଖରାପ ପାଣିପାଗ ପାଇଁ ଚେନ୍ନାଇରେ ଡାଇଭର୍ଟ ହୋଇଛି । ବିମାନଟି ସୁରକ୍ଷିତ ଚେନ୍ନାଇ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି । ଫ୍ଲାଇଟରେ ୫ ସାଂସଦଙ୍କ ସମେତ ୧୦୦ ଯାତ୍ରୀ ଥିଲେ । ସାଂସଦ କେସି ବେଣୁଗୋପାଳ, କୋଡିକ୍କୁନୀଲ ସୁରେଶ, ଅଦୁର ପ୍ରକାଶ, କେ. ରଧାକୃଷ୍ଣ ଓ ରାବର୍ଟ ବ୍ରୁସ ଦିଲ୍ଲୀ ଯାଉଥିଲେ । ପ୍ଲେନ୍ ଏମରଜେନ୍ସିଂ ଲ୍ୟାଣ୍ଡିଂ କରିବା ପରେ ଏକ ବଡ଼ ଅଘଟଣ ଟଳିଯାଇଛି । ଅଳ୍ପରେ ବର୍ତ୍ତି ଯାଇଥିବା କହିଛନ୍ତି ସାଂସଦ କେସି. ବେଣୁଗୋପାଳ ।
ଥିରୁଅନନ୍ତପୁରମରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ରବିବାର ସନ୍ଧ୍ୟାରେ ଚେନ୍ନାଇକୁ ଡାଇଭର୍ଟ କରାଯାଇଥିଲା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟରାଡାରରେ ଉପଲବ୍ଧ ସୂଚନା ଅନୁଯାୟୀ, ଏୟାରବସ୍ A320 ବିମାନ ଦ୍ୱାରା ପରିଚାଳିତ ଫ୍ଲାଇଟ୍ ନମ୍ବର AI2455 ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ଆକାଶରେ ଚକ୍କର କାଟିଥିଲା । ଏୟାରଲାଇନ୍ସ ବିବୃତ୍ତିରେ କହିଛି, ଅଗଷ୍ଟ ୧୦ରେ ତିରୁଅନନ୍ତପୁରମରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା AI2455ର କର୍ମଚାରୀମାନେ ଯାନ୍ତ୍ରିକ ସମସ୍ୟା ଏବଂ ଖରାପ ପାଗ ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନକୁ ଚେନ୍ନାଇକୁ ସ୍ଥାନାନ୍ତରିତ କରିଥିଲେ ।
ବିମାନରେ ୫ ଜଣ ସାଂସଦ ଥିଲେ- ବିମାନରେ ୫ ଜଣ ସାଂସଦଙ୍କ ସମେତ ଅନେକ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ । ଏୟାର ଇଣ୍ଡିଆ କହିଛି ଯେ, ବିମାନଟି ଚେନ୍ନାଇରେ ସୁରକ୍ଷିତ ଭାବରେ ଅବତରଣ କରିଛି । ଥିରୁଅନନ୍ତପୁରମରୁ ଉଡ଼ାଣ ଭରିଥିବା ବିମାନ ନମ୍ବର AI 2455ରେ କେରଳର ୪ ଜଣ ସାଂସଦ ଥିଲେ । କଂଗ୍ରେସ ମହାସଚିବ କେସି. ବେଣୁଗୋପାଳ, ୟୁଡିଏଫ୍ ସଂଯୋଜକ ଅଦୁର ପ୍ରକାଶ, ବରିଷ୍ଠ କଂଗ୍ରେସ ନେତା କୋଡିକୁନିଲ ସୁରେଶ ଏବଂ କେ. ରାଧାକୃଷ୍ଣନ, ତାମିଲନାଡୁ ସାଂସଦ ରବର୍ଟ ବ୍ରୁସ ଥିଲେ ।
ଟଳିଲା ବଡ଼ ବିପଦ- ଅବତରଣ ପରେ, ବେଣୁଗୋପାଳ ଏହି ଘଟଣାକୁ 'ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା' ପାଇଥିବା କହିଛନ୍ତି । ବିମାନରେ ରାଡାର ସମସ୍ୟା ଥିଲା, ଯାହା ଯୋଗୁଁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା । ଅବତରଣ ପୂର୍ବରୁ ଆମେ ପ୍ରାୟ ଗୋଟିଏ ଘଣ୍ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଥିଲୁ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (DGCA)ଙ୍କୁ ପୂର୍ବରୁ ଜଣାଇସାରିଛି ବୋଲି କହିଛନ୍ତି ବେଣୁଗୋପାଳ ।