କେସିଙ୍ଗା,୧୫/୬: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୁଲିସ ପକ୍ଷରୁ ଚଢାଉ। ଗତକାଲି ସନ୍ଧ୍ୟାରେ ଚଢାଉ କରି ୧୬ ଲିଟର ବିଦେଶୀ ମଦ ସହ ୩ ଲିଟର ଦେଶୀ ପାଉଚ ଜବତ କରିଛି ପୁଲିସ । ଏଥିସହ ପୁଲିସ ଏକ ମାମଲା ରୁଜୁ କରି ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ହାତୀଖୋଜ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାରୀବାହାଲ ଗ୍ରାମର ପ୍ରହଲ୍ଲାଦ ଖମାରୀ । କେସିଙ୍ଗା ଥାନା କେସ୍ ନମ୍ବର ୩୧୩/୨୦୨୫ ଅନୁସାରେ ମାମଲା ରୁଜୁ କରିଥିବା କେସିଙ୍ଗା ଆଦର୍ଶ ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ଆସନ୍ତା ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭୁବନ...