ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସଂକଳ୍ପ ସଭା ଅନୁଷ୍ଠିତ

Published By : Anindita Ratha | June 15, 2025 12:56 PM

କେସିଙ୍ଗା,୧୫/୬: କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ସଭା ବୋରିଆ ମଣ୍ଡଳ ପକ୍ଷରୁ ଆୟୋଜିତ ।‌ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ କିକିଆ ପଞ୍ଚାୟତ ଡଙ୍ଗରମୂର୍ଲି ସ୍ଥିତ ଶ୍ରୀ ଶ୍ରୀ ପାତାଳେଶ୍ବର ଶୈବପୀଠ ପରିସରରେ ଏହି ସଂକଳ୍ପ ସଭା ଆୟୋଜନ କରାଯାଇଛି । ବୋରିଆ ମଣ୍ଡଳ ସଭାପତି ଝସକେତନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଢ, ଜିଲ୍ଲା ଉପସଭାନେତ୍ରୀ ନିରୂପମା ସାମଲ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରୋହିତ କୁମାର ଭୋଇ,କୃଷକ ମୋର୍ଚ୍ଚା ପୂର୍ବତନ ଜିଲ୍ଲା ସଭାପତି ବସନ୍ତ କୁମାର ପୁରୋହିତ, ଜିଲ୍ଲା ଓବିସି ମୋର୍ଚ୍ଚା ପୂର୍ବତନ ସଭାପତି ବଂଶୀ ପାଣି ସାହା, ରାଜ୍ୟ ସଂଯୋଜକ ଶଶାଙ୍କ ମହଲା ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ରହିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ବରିଷ୍ଠ କାର୍ଯ୍ୟକର୍ତ୍ତା ରୁପେଶ ଜୈନ,ନରହରି ଭୋଇ,ଲଇତରା ପଞ୍ଚାୟତ ସରପଞ୍ଚ ତଥା ବୋରିଆ ମଣ୍ଡଳର ଜିଲ୍ଲା ପ୍ରତିନିଧି ଅଶୋକ କୁମାର ପୋଢ,ସିରୋଲ ପଞ୍ଚାୟତ ସମିତି ସଭ୍ୟ ପ୍ରତାପ ବାଗ,ମାଧବ ସାହା, ଗୁଣନିଧି ଭାଟି ପ୍ରମୁଖ ସଭାରେ ମଞ୍ଚାସିନ ହୋଇଥିଲେ ।‌ ମଣ୍ଡଳସ୍ତରୀୟ ସଙ୍କଳ୍ପ ସଭାରେ ଦଳର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିବା ଜଣାପଡ଼ିଛି ।‌



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.